ଯାଜପୁର: ଅଙ୍ଗାଳୋ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରମାନେ। ବରୀ ବ୍ଲକ ଅଙ୍ଗାଳୋ ଗ୍ରାମର ଅଙ୍ଗାଳୋ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରତାପ କୁମାର ମିଶ୍ରଙ୍କ ବଦଳିକୁ ନେଇ ଆଜି ଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି।
ବିଦ୍ୟାଳୟରେ ୫ଟି ଶ୍ରେଣୀରେ ୮୦ଜଣ ଛାତ୍ର ପଢ଼ୁଥିବା ବେଳେ ୬ ଜଣ ଶିକ୍ଷକ ରହିଛନ୍ତି। ବିଦ୍ୟାଳୟରେ ବହୁ କଷ୍ଟରେ ପାଠ ପଢ଼ା ଚାଲିଥିବା ବେଳେ କେଉଁ ପରିସ୍ଥିତିରେ ସଂସ୍କୃତ ଶିକ୍ଷକ ପ୍ରତାପ କୁମାର ମିଶ୍ରଙ୍କ ବଦଳି କରାଯାଉଛି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।
ସେଥିମଧ୍ୟରୁ ସଂସ୍କୃତ, ହିନ୍ଦୀଓ ଓଡ଼ିଆ ପଢ଼ାଉଥିବା ଶିକ୍ଷକ ବଦଳିକୁ ନେଇ ଆଜି ଏଭଳି ପରସ୍ଥିତି ଦେଖିବାକୁ ମିଳିଛି। ଯଦି ଦୁଇଦିନ ଭିତରେ ଶିକ୍ଷକଙ୍କୁ ଅଣା ନ ଯାଏ ତେବେ ରାସ୍ତା ରୋକ କରିବା ସହ ବିଦ୍ୟାଳୟ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର ଓ ଅଭିଭାବକମାନେ।
Comments are closed, but trackbacks and pingbacks are open.