ସ୍କୁଲରେ ନାମଲେଖା ପାଇଁ ଏସ୍ଓପି ଜାରି କଲେ ସରକାର

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ନୁ୍ୟଜ୍): କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ସ୍କୁଲରେ ନାମ ଲେଖାଇବା ପାଇଁ ରାଜ୍ୟ ସରକାର ଆଜି ଷ୍ଟାଣ୍ଡାଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି) ଜାରି କରିଛନ୍ତି । ବୋର୍ଡ ଅଫ୍ ସେକେଣ୍ଡାରୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ରାଜ୍ୟ ମଦ୍ରାସା ବୋର୍ଡ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଏହି ଏସ୍ଓପି ଲାଗୁ ହେବ । ରାଜ୍ୟ ଗଣଶିକ୍ଷା ବିଭାଗ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ପ୍ରାଥମିକ , ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ନାମ ଲେଖା ନିମନ୍ତେ ସରକାରଙ୍କ ଏସ୍ଓପିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପର କ୍ଲାସକୁ ଉତ୍ତୀର୍ଣ୍ଣ ହେବାକୁ ଅନୁମତି ମିଳିଥିବା ବେଳେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅନୁରୂପ ନିଦେ୍ର୍ଧଶ ଦିଆଯାଇଛି । ନାମଲେଖାରୁ କୌଣସି ଛାତ୍ରଛାତ୍ରୀ ବଂଚିତ ହେବେ ନାହିଁ । ସ୍କୁଲଗୁଡିକ ନିଜଆଡୁ ଛାତ୍ରଛାତ୍ରୀମାନଙ୍କ ଉପର ସ୍କାସରେ ନାମ ଲେଖାଇବେ । ପ୍ରଥମ ଶ୍ରେଣୀରେନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ତଥ୍ୟ ଟେଲିଫୋନ ମାଧ୍ୟମରେ ସ୍କୁଲ ପ୍ରଧାନଶିକ୍ଷକ ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରଠୁ ସଂଗ୍ରହ କରିବେ । ଏପରିକି ଅଭିଭାବକମାନଭ୍କୁ ବି ଟେଲିଫୋନ ମାଧ୍ୟମରେ ଯୋଗଯୋଗ କରିବେ ଓ କୌଣସି ପରିସ୍ଥିତିରେ ପିଲାମାନଙ୍କୁ ସ୍କୁଲକୁ ଡକାଇ ପାରିବେନି । ଯଦି ନୂଆ ଆଡମିଶନ ପାଇଁ ପିତାମାତାଙ୍କ ଆବଶ୍ୟକ ଜରୁରୀ ହୁଏ ତା ହେଲେ ସ୍କୁଲ ପ୍ରଧାନଶିକ୍ଷକ ଆବଶ୍ୟକ ସାମାଜିକ ଦୂରତ୍ୱ , ମାସ୍କ ପିନ୍ଧି ଓ ଅନ୍ୟ ଗାଇଡଲାଇନକୁ ପାଳନ କରିବେ । ସ୍କୁଲରେଅଧିକ ଭିଡ଼ ଯେଭଳି ନହେବ ସେଥିପ୍ରତି ପ୍ରଧାନଶିକ୍ଷକ ପଦକ୍ଷେପ ନେବେ । ଯେଉଁ ସ୍କୁଲଗୁଡିକ ଅନ୍ୟ ସ୍କୁଲରେ ମିଶ୍ରଣ ପାଇଁ ଚିହ୍ନଯ ହୋଇଛି ସେଠାରେ ନାମଲେଖା ହୋଇପାରିବ ନାହିଁ । ଏସବୁ ବ୍ୟତୀତ କଣ୍ଟେନମେଣ୍ଟ ଜୋନ୍ରେ ସ୍କୁଲ ଥିଲେ ସେଠାରେ ନାମଲେଖା ହୋଇପାରିବନି । ସ୍କୁଲ ଯଦି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ହୋଇଥିବ ତାହେଲେ ପାଖ ସ୍କୁଲରେ ନାମଲେଖା ହେବ । ସମସ୍ତ ସ୍କୁଲ ଯେଭଳି ନାମଲେଖା ବେଳେ କୋଭିଡ୍ ଗାଇଡଲାଇନକୁ ପାଳନ କରିବେ ତାହା ଡିଇଓ, ବିଇଓ ଓ ଡିପିସି ସୁନିଶ୍ଚିତ କରିବେ ବୋଲି ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons