ପୁରୁଷୋତ୍ତମପୁର: ଚଳିତ ପି୍ର-ବୋର୍ଡ ମାଟି୍ରକ ପରୀକ୍ଷାଫଳ ପ୍ରକାଶ ପାଇଛି । ରାଜ୍ୟରେ ପ୍ରାୟ ୯୮ ପ୍ରତିଶତ ପାସ୍ହାର ରହିଛି । ମାତ୍ର ମାଟ୍ରିକ୍ଫଳକୁ ନେଇ ଅନେକ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି । ଏଭଳି ଏକ ଘଟଣା ସୋମବାର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକରେ ଦେଖିବାକୁ ମିଳିଛି ।
ସରସ୍ୱତୀ ଶିଶୁ ମନ୍ଦିରର ନୈରାଶ୍ୟଜନକ ପାସ୍ ହାରରେ ଅସନ୍ତୋଷ ହୋଇ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ଘେରାଉ କରିଛନ୍ତି । ୪ ଘଣ୍ଟା ଧରି ସ୍କୁଲ ଆଗରେ ଧାରଣା ଦିଆଯାଇଥିଲା । ଆମକୁ ଉପଯୁକ୍ତ ମାର୍କ ଦିଆଯାଉ ବୋଲି ବହୁ ମେଧାବୀ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ପୁରୁଷୋତ୍ତମପୁର ସରସ୍ୱତୀ ଶିଶୁ ମନ୍ଦିରର ଚଳିତ ମାଟି୍ରକ ବୋର୍ଡ ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ସମସ୍ତ ୪୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାତ୍ର ବହୁ ମେଧାବୀ ଛାତ୍ରଛାତ୍ରୀ ପାଇଥିବା ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ନୈରାଶ୍ୟଜନକ ମାର୍କକୁ ନେଇ ଉଚ୍ଚଶିକ୍ଷାରୁ ବଞ୍ଚôତ ହେବେ ବୋଲି ସେମାନେ କହିଛନ୍ତି । ଏନେଇ ଛାତ୍ରଛାତ୍ରୀ ଶିକ୍ଷାନୁÂାନର ପରିଚାଳନା କମିଟିି ଓ ପ୍ରଧାନଆଚାର୍ଯ୍ୟଙ୍କୁ ଦାୟି କରିଛନ୍ତି । ବିଦ୍ୟାଳୟ ପରିସରରେ ପୂର୍ବାହ୍ନ ପ୍ରାୟ ୧୦ଟାରୁ ୪ ଘଣ୍ଟା ଧରି ଅଭିଭାବକ ଓ ବିଦ୍ୟାର୍ଥୀ ଧାରଣାରେ ବସିଥିଲେ ।
ପ୍ରଧାନଆଚାର୍ଯ୍ୟ ଶିଶିର ମହାପାତ୍ରଙ୍କୁ ପଚାରାଯିବାରେ ସେ କହିଛନ୍ତି ଯେ, ସରସ୍ୱତୀ ଶିଶୁ ମନ୍ଦିରରୁ ଚଳିତ ବର୍ଷ ୪୮ ଜଣ ଛାତ୍ରଛାତ୍ରୀ କବିସୂର୍ଯ୍ୟନଗର ସରସ୍ୱତୀ ଶିଶୁ ମନ୍ଦିର ଅଧୀନରେ ପ୍ରିବୋର୍ଡ ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଏ-୨ ଗ୍ରେଡ୍ରେ ୩ ଜଣ, ବି-୧ ଗ୍ରେଡ୍ରେ ୨ଜଣ, ବି-୨ରେ ୩୮ଜଣ, ସିରେ ୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ହାର ଶତପ୍ରତିଶତ ଥିଲେ ବି ବହୁ ମେଧାବୀ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ରୁ ବଞ୍ଚôତ ହୋଇଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରୁ ଦାବି ହୋଇଛି ।
ସୂଚନାଯୋଗ୍ୟ ଯେ, ସରସ୍ୱତୀ ଶିଶୁ ମନ୍ଦିରର ନବମ, ଦଶମ ଶ୍ରେଣୀ ପରୀକ୍ଷା ପାଇଁ ସରକାରୀ ସ୍ୱୀକୃତି ମିଳିପାରି ନାହିଁ । ଏନେଇ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଅନ୍ୟ ଏକ ବିଦ୍ୟାଳୟରେ ନାମରେ ପରୀକ୍ଷା ଦେଇଆସୁଛନ୍ତି । ଚଳିତ ବୋର୍ଡ ପରୀକ୍ଷା ନହୋଇ ପି୍ରବୋର୍ଡ ପରୀକ୍ଷା ଯୋଗୁଁ ଆମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ପୁରୁଷୋତ୍ତମପୁର ଗୋÂୀ ଶିକ୍ଷାଧିକାରୀ ହରେକୃଷ୍ଣ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳୁଛନ୍ତି । କହିବାକୁ ଗଲେ ପୁରୁଷୋତ୍ତମପୁର ବ୍ଲକ୍ରେ କୌଣସି ଗୋଟାଏ ହେଲେ ସ୍ୱୀକୃତିପ୍ରାପ୍ତ ଘରୋଇ ଶିକ୍ଷାନୁÂାନ ନାହିଁ । ପୁରୁଷୋତ୍ତମପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ କବିସୂର୍ଯ୍ୟନଗର ସରସ୍ୱତୀ ଶିଶୁ ମନ୍ଦିର ଅଧୀନରେ ପରୀକ୍ଷା ଦେଉଥିବା ବିଇଓ କହିଛନ୍ତି । ପାସ୍ ହାରରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେଇପାରିବେ ବୋଲି ଶିକ୍ଷାବିଭାଗ କହିଥିବାବେଳେ ସେଥିରେ ଅଭିଭାବକ ଓ ଛାତ୍ରଛାତ୍ରୀ ଏକ ମତ ନୁହନ୍ତି ବୋଲି କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.