କେସିଙ୍ଗା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତର ବ୍ରାହ୍ମଣୀ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ହତ୍ୟାକାରୀ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ସନ୍ଧ୍ୟାରେ ଅଭିଯୁକ୍ତ ସ୍ୱାମୀ କେସିଙ୍ଗା ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ମହିଳାଙ୍କ ଶବ କେସିଙ୍ଗା ସରକାରୀ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ରିପୋର୍ଟ ଲେଖାହେଲା ବେଳକୁ ଶବ ବ୍ୟବଚ୍ଛେଦ ହୋଇ ନଥିବା ବେଳେ ପୁଲିସ ମଧ୍ୟ ଘଟଣାସ୍ଥଳରୁ ଫେରି ନଥିବା ଜଣାପଡିଛି ।
ସୂଚନାରୁ ପ୍ରକାଶ ଯେ, ବ୍ରାହ୍ମଣୀ ଗାଁର ରମାକାନ୍ତ ରାଉତ ୧୮ବର୍ଷ ତଳେ କାଣ୍ଡେଲ ଗାଁର ଦୈତାରୀ ଗଉଡ଼ଙ୍କ ସାନଝିଅ ପୁଷ୍ପାଞ୍ଜଳି ରାଉତ(୩୪)ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେମାନଙ୍କ ଗୋଟିଏ ଲେଖାଏଁ ଝିଅପୁଅ ଅଛନ୍ତି । ଝିଅ ଧରିତ୍ରୀ ଗଉଡ଼ ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଦେଇଥିବା ବେଳେ ପୁଅ ଯଯାତିକେଶରୀ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡ଼ିଛି । ତେବେ ଆଜି କୌଣସି କାରଣକୁ ନେଇ ରମାକାନ୍ତ ନିଜ ପନôୀକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଘଟଣା ପରେ ରମାକାନ୍ତ ଫେରାର ହୋଇଯାଇଥିଲେ । ମୃତକଙ୍କ ବାପଘର ଲୋକେ ଖବର ପାଇ ବ୍ରାହ୍ମଣୀ ଗାଁକୁ ଯାଇ ଦେଖିଲା ବେଳକୁ ପୁଷ୍ପାଞ୍ଜଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡ଼ିଥିଲେ । ପାଖରେ ବସି ଝିଅ ଧରିତ୍ରୀ କାନ୍ଦୁଥିଲା ଓ ବାପା ଟାଙ୍ଗିଆରେ ହାଣିଲା ବୋଲି ଝିଅ କହିଥିବା ପୁଷ୍ପାଞ୍ଜଳିଙ୍କ ଭାଇ ଶ୍ରୀକୃଷ୍ଣ ଗଉଡ଼ ପ୍ରକାଶ କରିଛନ୍ତି । ମୃତକଙ୍କ ଶାଶୂ ମନଭାଙ୍ଗି ରାଉତ ଓ ଶ୍ୱଶୁର କୃଷ୍ଣଚନ୍ଦ୍ର ରାଉତ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ । ଅନେକ ସମୟରେ ରମାକାନ୍ତ ମଧ୍ୟ ସ୍ତ୍ରୀ ପୁଷ୍ପାଞ୍ଜଳିକୁ ସନେ୍ଦହ ଚକ୍ଷୁରେ ଦେଖି ମାରପିଟ କରିଆସୁଥିଲା ବୋଲି ମୃତକଙ୍କ ଭାଇ ଶ୍ରୀକୃଷ୍ଣ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସଂପର୍କରେ ପୁଲିସ ଖବର ପାଇ ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇ, କେସିଙ୍ଗା ଆଦର୍ଶ ଥାନା ଆଇଆଇସି ଅଶୋକ କୁମାର ମହାପାତ୍ର, ମହିଳା ପୁଲିସ ଏସ୍ଆଇ ଲଭ୍ଲି ପଧାନ ପ୍ରମୁଖ ବ୍ରାହ୍ମଣୀ ଗ୍ରାମକୁ ଯାଇଥିଲେ । ଘଟଣାସ୍ଥଳରୁ ଦୁଇଟି ଟାଙ୍ଗିଆ ଜବତ କରିବା ସହ ମୃତକଙ୍କ ଝିଅ ଧରିତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ଏନେଇ ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ପଚାରିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି ଓ ମୃତକଙ୍କ ଝିଅକୁ ପଚରାଉଚରା କରାଯାଇଛି । ଅଧିକ ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.