ସ୍ତ୍ରୀକୁ ହତ୍ୟା କରି ଜେଲରେ ସ୍ୱାମୀ: ୩ ପିଲା ବେସାହାରା

Get real time updates directly on you device, subscribe now.

କୁନ୍ଦୁରା: କୁନ୍ଦୁରା ଥାନା ବାଣୁଆଗୁଡା ପଞ୍ଚାୟତ ଡୁରୁକାଗୁଡା ଗାଁରେ ଗତ ୨୪ତାରିଖରେ ସ୍ୱାମୀ ବନମାଳି ହରିଜନଙ୍କ କୋଡ୍କି ଚୋଟରେ ସ୍ତ୍ରୀ ଯମୁନା ହରିଜନଙ୍କ ମୃତୁ୍ୟ ଘଟିଥିଲା । ତହିଁ ପରଦିନ ପୁଲିସ ଅଭିଯୁକ୍ତ ସାମୀ ବନମାଳିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମା’ମୃତ ଓ ବାପା ଜେଲ ଗଲା ପରେ ଘରେ ରହିଥିବା ତିନି କୁନିକୁନି ପୁଅ ଝିଅ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇଯାଇଛନ୍ତି । ବଡପୁଅ ସତ୍ୟ(୧୦), ମଝିଆ ଝିଅ ମୁକ୍ତା(୮) ଓ ସାନଝିଅ ବିନତୀ(୫)ଙ୍କୁ ଦେଖାରେଖା ପାଇଁ କେହି ନାହାନ୍ତି । ସ୍ଥାନୀୟ ସରପଞ୍ଚ ଗୁପ୍ତ ନାୟକ ପିଲାମାନଙ୍କ ଅସହାୟ ଅବସ୍ଥା ଦେଖି ସାମାଜିକ ସଂଗଠନ ସାଥୀକୁ ଜଣାଇଥିଲେ । ସଂଗଠନ କାର୍ଯ୍ୟକର୍ତ୍ତା ଡୁରୁକାଗୁଡା ଗାଁକୁ ଯାଇ ପିଲାମାନଙ୍କୁ ପ୍ରାଥମିକ ଥଇଥାନ ନିମନ୍ତେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ସହ କିଛି ଟଙ୍କା ଦେଇ ଆସିଥିଲେ । ପରେ ବିଏସଏସଓ ସୁମିତ୍ରା ଖରା, ଯୋଗାଣ ନିରୀକ୍ଷକ ମୁରଲୀଧର ହେସାଙ୍କ ସହ ଆଲୋଚନା କରିଥିଲେ । ପିଲାଙ୍କୁ କିପରି ରେସନ ଓ ସରକାରୀ ସହାୟତା ଯୋଗାଇ ଦିଆଯାଇପାରିବ କଥା ହୋଇଥିଲେ । ଏପରି କି ପିଲାଙ୍କ ପାଠପଢା କିପରି ଠିକ୍ରେ ହୋଇପାରିବ ସେଥିପାଇଁ ୩ଜଣ ସ୍ୱେଚ୍ଛାସେବୀ ଦାୟିତ୍ୱ ନେଇଥିବା ସଂଗଠନ ପକ୍ଷରୁ କୁହାଯାଇଛି । ବାପାର ମୁର୍ଖାମୀରେ ମା’ର ମୃତୁ୍ୟ ଘଟିବା ପରେ ଦୋଷ କରି ନଥିବା ତିନି ପୁଅଝିଅ ଏବେ ଅସହାୟ ହୋଇପଡିଛନ୍ତି । କାହିର ଆଖିରୁ ଲୁହ ଶୁଖୁନି । ଘଟଣା ସମ୍ପର୍କରେ କେହି ପଚାରିଲେ ପିଲାମାନେ ବାହୁନି ବାହୁନି କାନ୍ଦିବା ସହ ସେହିଦିନର ହୃଦୟବିଦାରକ ଘଟଣା ସମ୍ପର୍କରେ କହୁଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons