ରାଉରକେଲା:ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ବାମୀ। ପାରିବାରିକ କଳହରୁ କରୁଣ ପରିଣତି। ସ୍ବାମୀ ଏବଂ ସ୍ତ୍ରୀଙ୍କ ଝଗଡ଼ାରେ ବଳି ପଡ଼ିଗଲା ସ୍ତ୍ରୀ। ଅଭିଯୁକ୍ତ ସ୍ବାମୀ ନିଜ ରାଗକୁ ନିୟନ୍ତ୍ରଣ କରି ପାରି ନାହିଁ। ତେଣୁ ରାଗରେ ବଶବର୍ତ୍ତି ହୋଇ ନିଜ ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସୈତାନ ସ୍ବାମୀ। ରାଉରକେଲାର ବ୍ରହ୍ମଣୀ ଥାନା ଅନ୍ତର୍ଗତ ଟୋଲା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୃତ ସ୍ତ୍ରୀ ଟନି ଦେବୀଙ୍କ ସହ ତାଙ୍କ ସ୍ବାମୀ ପ୍ରତିଦିନ ଝଗଡ଼ା କରୁଥିଲା। ଦୀର୍ଘଦିନ ହେବ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ଲାଗୁଥିଲେ। ଦୁଇଜଣଙ୍କ ଝଗଡ଼ା ଉଗ୍ରରୂପ ନେବାରୁ ଅଭିଯୁକ୍ତ ସ୍ବାମୀ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଛି। ପୋଲିସ୍ର ସୂଚନା ଅନୁସାରେ ଅଭିଯୁକ୍ତ ସ୍ବାମୀ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ବ୍ରାହ୍ମଣୀ ତରଙ୍ଗ ଥାନାର ପୋଲିସ୍ ଏବଂ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
Comments are closed, but trackbacks and pingbacks are open.