ଝାରସୁଗୁଡା: ପୁଲିସ ଗାଡି ଯାଞ୍ଚ କରୁଥିବାବେଳେ ଶାସକ ଦଳର ଜୈନେକ ବିଧାୟକଙ୍କ ପାଖ ଲୋକ ଓ ସ୍ଥାନୀୟ ବିଜେଡି ନେତା ପୁଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।
ସ୍ଥାନୀୟ ନେତା ଜଣକ ପୁଲିସକୁ ଦୁର୍ବ୍ୟବହାର ଦେଖାଇବା ସହ ଖରାପ ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି । ଏହାର ଏକ ଭିଡିଓ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଏହା କ୍ଷମତାର ଅପ ବ୍ୟବହାର ବୋଲି ବିରୋଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।ଏହା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
Comments are closed, but trackbacks and pingbacks are open.