ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ପଦକ୍ଷେପ ନିଆଯିବ । ଓଡ଼ିଶା ମୁ୍ୟନିସିପାଲ କର୍ମଚାରୀ ମହାସଂଘ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ହୋଇଥିବା ଆଲୋଚନାରେ ମନ୍ତ୍ରୀ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି । ସଂଘ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।
ସଂଘ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ୧୯୯୩ ଏପ୍ରିଲ ୧୨ ତାରିଖରୁ କାମ କରି ଆସୁଥିବା ୩ ହଜାର ପୌର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ମହାସଂଘ ପକ୍ଷରୁ ଲିଖିତ ଦାବିପତ୍ର ଦିଆଯାଇଥିଲା । ମନ୍ତ୍ରୀ ଶ୍ରୀ ଜେନା କର୍ମଚାରୀଙ୍କ ଏହି ଦାବି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ଦାବିକୁ ବିଚାର କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ପୌର ନିଦେ୍ର୍ଧଶକ ସଂଗ୍ରାମଜିତ୍ ନାୟକ, ନଗର ଉନ୍ନୟନ ବିଭାଗର ଅନ୍ୟ ଅଧିକାରୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂ, ମହାସଂଘ କାର୍ଯ୍ୟକାରୀ ସଭାପତି ଆଶିଷ କୁମାର ସାହୁ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାମଲ, ପ୍ରମୋଦ କୁମାର ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ମିଶ୍ର, ଗଙ୍ଗାଧର ମଲ୍ଲିକ, ପ୍ରଦୀପ କୁମାର ସାହୁ, ଶ୍ରଦ୍ଧାକର ମହାନ୍ତି ଓ ଧୀରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.