କଟକ,(ବି.ବି.ବୁ୍ୟରୋ): ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ଭକ୍ତଙ୍କ ଦର୍ଶନ ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଥିବାରୁ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହାକୁ ଶୁଣାଣି କରି ହାଇକୋର୍ଟ କହିଛନ୍ତି , ଏ ପ୍ରସଙ୍ଗରେ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ । କୋଭିଡ କଟକଣା ଭିତରେ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ । କୋଭିନ୍ ପରିସ୍ଥିତିକୁ ଦେଖି ଏଥର ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ବଡ଼ଦାଣ୍ଡକୁ ଯେପରି ଭକ୍ତ ଆସିବେନି ସେଥିପାଇଁ ତିଆରି କରାଯାଇଛି ବ୍ୟାରିକେଡ୍ । ନିଷପତ୍ତି ମୁତାବକ ରାତି ୧୦ଟାରୁ ୬ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଜାରି ହେବ ୧୪୪ ଧାରା ମାର୍କେଟ ଛକରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣୀଖିଆ ଛକ ଭାୟା ମରିଚିକୋଟ ଲେନ୍, ବାଲିସାହି ରାସ୍ତାରୁ ଖୁଣ୍ଟିଆସାହି ଛକ ଭାୟା ବାଲିସାହି ରାସ୍ତା, କଦମ୍ବଗଛ ଛକରୁ ହରଚଣ୍ଡିସାହିର ମାଛହାଟ ଛକ, ଲୋକନାଥ ରୋଡ଼ ବୃଷଭ ଛକରୁ ମଙ୍ଗଳାହାଟ ମଲ୍ଲିକା ଛକ ଯାଏ ୧୪୪ ଧାରା ଜାରି ହେବ । ଏହିସବୁ ଅଞ୍ଚଳକୁ ଆସିବାକୁ ସାଧାରଣ ଳୋକଙ୍କୁ ବାରଣ କରିବ । କେବଳ ଅନୁମତି ମିଳିଥିବା ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଓ ସୁରକ୍ଷା ଦାୟିତ୍ୱରେଥିବା ପୋଲିସଙ୍କୁ ଏନେଇ ଅନୁମତି ମିଳିବ ।
Comments are closed, but trackbacks and pingbacks are open.