‘ସ୍ମାର୍ଟ’ର ବ୍ୟାବହାରିକ ପରୀକ୍ଷଣ ସଫଳ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୁପରସୋନିକ ମିଶାଇଲ ଆସିଷ୍ଟେଡ୍ ରିଲିଜ ଅଫ୍ ଟୋର୍ପେଡୋ(ସ୍ମାର୍ଟ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ସୋମବାର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଧାମରାସ୍ଥିତ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍ପ୍ୟାଡ୍ରୁ ପୂର୍ବାହ୍ନ ୧୧.୪୫ ମିନିଟ୍ରେ ଏହି ପରୀକ୍ଷଣ ସଫଳତା ପୂର୍ବକ କରାଯାଇଛି । ଏହା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି ।
ଏହି କ୍ଷେପଣାସ୍ତ୍ରରେ ଅତ୍ୟାଧୁନିକ ରାଡାର ସହ ଇଲେକ୍ଟେ୍ରା ଅପ୍ଟିକାଲ ସିଷ୍ଟମ ରହିଛି । ଏହା ଶତ୍ରୁପକ୍ଷ କ୍ଷେପଣାସ୍ତ୍ରର ଗତିବିଧିକୁ ଲକ୍ଷ୍ୟ କରିବା ସହ ସଫଳ ଟାର୍ଗେଟ ମଧ୍ୟ କରିବ । ଏହାକୁ ବୁଡ଼ା ଜାହାଜରୁ ବ୍ୟବହାର କରାଯାଇପାରିବ । ଡିଆର୍ଡିଓ ଅଧୀନରେ ଥିବା ହାଇଦ୍ରାବାଦର ଡିଆର୍ଡିଏଲ, ଆର୍ସିଆଇ, ଆଗ୍ରାର ଏଡିଆର୍ଡିଇ, ବିଶାଖାପାଟଣାର ଏନ୍ଏସ୍ଟିଏଲର ମିଳିତ ସହଯୋଗରେ ଏହି କ୍ଷେପଣାସ୍ତ୍ରଟି ପ୍ରସ୍ତୁତ କରାଯାଇଥିଲା ।
ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡିଆର୍ଡିଓର ଚେୟାରମ୍ୟାନ ଡ. ଜି. ସତୀଶ ରେଡ୍ଡି ଡିଆର୍ଡିଓର ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତଙ୍କ ସହଯୋଗ ଯୋଗୁଁ ଏହି ପରୀକ୍ଷା ସଫଳ ହୋଇଥିବା ଶ୍ରୀ ସିଂ କହିଛନ୍ତି । ସେହିପରି ଶ୍ରୀ ରେଡ୍ଡି କହିଛନ୍ତି, ଯୁଦ୍ଧ ସମୟରେ ସ୍ମାର୍ଟ କ୍ଷେପଣାସ୍ତ୍ର ବଡ଼ ଭୂମିକା ଗ୍ରହଣ କରିବ । ଏମିତି ଯୁଦ୍ଧର ସ୍ଥିତି ମଧ୍ୟ ଏପଟସେପଟ କରିପାରିବ । ପରୀକ୍ଷଣ ବେଳେ ଡିଆର୍ଡିଓ ସମେତ ବିଭିନ୍ନ ପ୍ରତିରକ୍ଷା ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons