ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟକୁ ୭ ଦିନ ପୁରିଲାଣି । ହେଲେ ପୁଲିସ ତଦନ୍ତ ବାଟବଣା । ତାଙ୍କ ବୃତ୍ତିଗତ ଦିଗକୁ ଜାଣିଶୁଣି ପୁଲିସ ଦୃଷ୍ଟି ଦେଉନି । ସ୍ମିତାରାଣୀଙ୍କ ସ୍ୱାମୀ ମହିଳା କମିଶନ ଓ ପୁଲିସ ଡିଜିଙ୍କ ପାଖରେ କହିଛନ୍ତି, ସ୍ମିତାଙ୍କ ଉପରେ ବୃତ୍ତିଗତ ଚାପ ଥିଲା । ଶାସକ ଦଳର କିଛି ନେତା ମିଥ୍ୟା ବିଲ୍ ପାସ କରାଇବା, ପକ୍କାଘର ହିତାଧିକାରି ଚୟନରେ ସେମାନଙ୍କ ସୁପାରିସ ଅନୁସାରେ ହିତାଧିକାରି ଚୟନ କରିବା ଓ ଅନ୍ୟାନ ସରକାରୀ ଯୋଜନାରେ ବେଆଇନ କାମ କରିବା ପାଇଁ ଚାପ ପକାଉଥିଲେ । ପୁଲିସ ସେହି ଦିଗ ଉପରେ ତତନ୍ତ କାହିଁକି କରୁନାହିଁ । ବିଜୁ ପକ୍କାଘର କେଳେଙ୍କାରିକୁ ଲୁଚାଇବା ପାଇଁ ସ୍ମିତାଙ୍କୁ ହତ୍ୟା କରାଯାଇଛି ଏକଥା ସ୍ପଷ୍ଟ ଜଣାପଡୁଛି । ଘଟଣାରେ ମୁଖ୍ୟ ଶାସନ ସଚିବଙ୍କର ହସ୍ତକ୍ଷେପ ଦାବି କରି ମୃତ ସ୍ମିତାରାଣୀଙ୍କୁ ନ୍ୟାୟ ଦେବାକୁ ଗୃହ ସଚିବ ସଂଜୀବ ଚୋପ୍ରାଙ୍କୁ ଭେଟିଛି ବିଜେପି । ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୃହ ସଚିବଙ୍କୁ ଭେଟି ଏ ମାମଲାରେ ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଦାବି କରିଛି । ଏହି ପ୍ରତିନିଧିଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂହ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ ଜିଲ୍ଲା ସଭାପତି ଗୌତମ ରାୟ, ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.