ସ୍ମିତାରାଣୀ ହତ୍ୟାକାଣ୍ଡ :ରାମ୍କୋକୁ ଘଣ୍ଟ ଘୋଡାଉଛି ଶାସକ ଦଳ: ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାରେ ରାମ୍କୋ କମ୍ପାନୀର ସିଧାସଳଖ ଲିଙ୍କ୍ ରହିଛି । ରାମ୍କୋର ଜବରଦଖଲ ବେଆଇନ୍ ଜମିକୁ ଆଇନସମ୍ମତ କରିବାକୁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ଏଥିରେ ରାଜି ନହେବା ସ୍ମିତାରାଣୀଙ୍କ ପାଇଁ କାଳ ପାଲଟିଲା । ଯେଉଁଥିପାଇଁ ତାଙ୍କୁ ରଙ୍ଗଶାଳାରେ ଗଣବଳା+ାର କରାଯାଇ ମାରି ଦିଆଯାଇଛି । ବିଜେପି ପକ୍ଷରୁ ଆଜି ଏଭଳି ତଥ୍ୟ ଉପସ୍ଥାପନ କରାଯାଇଛି । ମାମଲାରେ ରାମ୍କୋକୁ ଘଣ୍ଟ ଘୋଡ଼ାଇବାକୁ ଶାସକ ଦଳ ଜୋର୍ ଲଗାଇଥିବା ଦଳ ଅଭିଯୋଗ କରିଛି ।
ଦଳୀୟ ଦପ୍ତରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୋନାଲି ସାହୁ ଅଭିଯୋଗ କରିଛନ୍ତି, ରାମ୍କୋ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଶହ ଶହ ଏକର ଜମି ଜବରଦଖଲ କରିଛି । ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀଙ୍କ ହାତ ନଥାଇ ଏଭଳି ବେଆଇନ୍ କାମ ଅସମ୍ଭବ । ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାରେ ଆଇନ୍ ତା ବାଟରେ ଯିବ ବୋଲି ଶାସକଦଳ ଯୁକ୍ତି ବାଢ଼ୁଥିବା ବେଳେ ରାମ୍କୋକୁ ସୁରକ୍ଷା ଦେଉଛନ୍ତି । ଶାସକଦଳର ୪ ଜଣ ନିର୍ବାଚିତ ପ୍ରତିନିଧି ଘଟଣାଦିନ ରଙ୍ଗଶାଳାରେ ଥିଲେ ମଧ୍ୟ ପୁଲିସ ଖାଲି ରୁପେଶ ଭଦ୍ରକୁ ଗିରଫ କରିଛି । ରଙ୍ଗଶାଳାରେ ଥିବା ରାମ୍କୋର ବରିÂ ଅଧିକାରୀଙ୍କୁ ଜେରା ପାଇଁ ଡକାଯାଉନି । ତୁରନ୍ତ ହତ୍ୟାକାଣ୍ଡର ତଦନ୍ତଭାର ସିବିଆଇକୁ ଦେବାକୁ ଶ୍ରୀମତୀ ସାହୁ ଦାବି କରିଛନ୍ତି । ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons