ପିପପିଲି,(ବି.ବି.ନୁ୍ୟଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ୨୦୧୪ ମସିହା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମର ୫୦୦ଘଣ୍ଟା ସମାପନ କରିଛି । ଏହି ଉପଲକ୍ଷେ ଆଜି ପିପିଲି ଜଇଶପାଟଣା ଭାଲିଆବିଲି ସ୍ଥିତ ଶାନ୍ତି ମୈଦାନ ଠାରେ ୫୦୦ଘଣ୍ଟା ପୂର୍ତ୍ତି ଉତ୍ସବ ଉଦଘାଟନ ହୋଇଛି । ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ।
ରାଜ୍ୟପାଳ ଶାନ୍ତି ମୈଦାନଠାରେ ପହଞ୍ଚôବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହା ପରେ ତାଙ୍କୁ ସ୍କାଉଟ ଓ ଗାଇଡ୍ର ଛାତ୍ରମାନେ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ରାଜ୍ୟପାଳ ପ୍ରଥମେ ପିପିଲି ସାଂସ୍କୃତିକ ପରିଷଦ ଦ୍ୱାରା ଆନୁÂିତ ୫୦୦ଘଣ୍ଟା କାର୍ଯ୍ୟକ୍ରମର ଫଟୋ ପ୍ରଦର୍ଶନୀକୁ ଫିତା କାଟି ଉଦଘାଟନ କରିଥିଲେ । ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜଗନ୍ନାଥଙ୍କ ସଂସ୍କୃତି ଉପରେ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ପଂଚଭୂତ ବାୟୁ, ଜଳ, ଆକାଶ, ଅଗ୍ନି ଏବଂ ପୃଥିବୀର ସ୍ୱଚ୍ଛତା ଉପରେ କହିଥିଲେ । ଯେଉଁ ଦେଶ ଯେତେ ସ୍ୱଚ୍ଛ ସେ ଦେଶ ସେତେ ଉନ୍ନତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ସହିତ ଭାବ ଓ ଯୋଗ ପ୍ରତି ଆହ୍ୱାନ ଦେଇଛନ୍ତି । ମୋଦିଙ୍କ ଆହ୍ୱାନକୁ ଗ୍ରହଣ କରି ଆଜି ୧୯୧ଟି ଦେଶ ଯୋଗ ଶିକ୍ଷା ଦେଉଥିବା କହିଥିଲେ ।
ଅତିଥି ଭାବେ ପିପିଲି ଶତାୟୁ ନାଟ୍ୟକାର ତଥା ସମାଜସେବୀ କାଶୀନାଥ ସାହୁ(୧୦୭), ପୂର୍ବତନ ରାଜ୍ୟ ସୂଚନା କମିଶନର ପ୍ରଫେସର ରାଧାମୋହନ, ପରିଷଦର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷାବିତ୍ ମାଧବ ବୈଠାରୁ ପ୍ରମୁଖ ଯୋଗ ଦେଇଥିଲେ । ଲେପ୍ଟନାଣ୍ଟଜେନେରାଲ ନାରାୟଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁÂାର ସଂପାଦକ ବିବରଣୀ ପାଠ କରିଥିଲେ । ଏହି ଉପଲକ୍ଷେ ପରିଷଦ ପକ୍ଷରୁ ୫୦୦ଶହ ଘଣ୍ଟା ସ୍ୱଚ୍ଛତା କାର୍ଯ୍ୟକ୍ରମର ରିପୋର୍ଟକୁ ନେଇ ପ୍ରସ୍ତୁତ ସ୍ୱଚ୍ଛ ଭାରତ ପତ୍ରିକାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ । ଏହା ପରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସ୍ୱେଚ୍ଛାକୃତ କର୍ମୀ, ପଲ୍ଲବୀ ସଙ୍ଗୀତ ବିଦ୍ୟାଳୟ, ମା ସନ୍ତୋଷୀ ୟୁଥ୍ କ୍ଲବ, ମହିଳା ବିକାଶ ମଞ୍ଚ ସମେତ ୪ଟି ପ୍ରତିÂାନ, ଲେପ୍ଟନାଣ୍ଟଜେନେରାଲ ନାରାୟଣ ମହାନ୍ତି, ସୂଚନା କମିଶନର ପ୍ରଫେସର ରାଧାମୋହନ, ଡ. ପ୍ରଭାକର ନନ୍ଦ , ଡ.ପି.ଏସ୍ ବ୍ରହ୍ମାନନ୍ଦ ଏବଂ ୩ଜଣ ସାମ୍ବାଦିକ ରଜତ ରଞ୍ଜନ ଦାଶ, ଦିବାକର ଷଡ଼ଙ୍ଗୀ, ପ୍ରଦୁ୍ୟମ୍ନ ସୁବୁଦ୍ଧିଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ଚାନ୍ଦୁଆ ବ୍ୟବସାୟୀ ରମେଶ ମହାପାତ୍ର ରାଜ୍ୟପାଳଙ୍କୁ ପିପିଲି ଚାନ୍ଦୁଆ ଉପହାର ପ୍ରଦାନ କରିଥିଲେ । ଶେଷରେ ପରିଷଦର ସହ ସଂପାଦକ ଦୀନବନ୍ଧୁ ବେଉରିଆ ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.