ସ୍ୱର୍ଣ୍ଣ ସହ ରିତିଶାଙ୍କୁ ୩ ପଦକ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ଆମେରିକାରେ ଆୟୋଜିତ ନ୍ୟାସନାଲ ଟାଏକୋଣ୍ଡୋ ଚାମ୍ପିଅନ୍ସିପ୍ରେ ଓଡ଼ିଆ ଝିଅ ରିତିଶା ମହାପାତ୍ର ଜିତିଛନ୍ତି ୩ଟି ପଦକ । ଯେଉଁଥିରେ ଗୋଟିଏ ସ୍ୱର୍ଣ୍ଣ ପଦକ ସାମିଲ ରହିଛି । ଗତ ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାର ୧୬ ବର୍ଷରୁ କମ୍ ବିଭିନ୍ନ ବର୍ଗରେ ରିତିଶା ଏହି ସଫଳତା ହାସଲ କରିଛନ୍ତି । ସେ ଅଲିମ୍ପିକ୍ ସ୍ପାରିଙ୍ଗ୍ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓପନ୍ ଫର୍ମରେ ରୌପ୍ୟ ଓ ଡବ୍ଲ୍ୟୁଟି ଫର୍ମରେ ବ୍ରୋଞ୍ଜ ପଦକ ପାଇଛନ୍ତି । ୧୪ ବର୍ଷୀୟା ରିତିଶା ଓଡ଼ିଶାର ବ୍ରହ୍ମପୁରସ୍ଥିତ କୋମାପାଲ୍ଲୀର ବାସିନ୍ଦା ସୁଧେନ୍ଦୁ ମହାପାତ୍ର ଓ ରଶ୍ମୀ ମହାପାତ୍ରଙ୍କ କନ୍ୟା । ତାଙ୍କ ବାପା-ମା’ ଆମେରିକାରେ ରହନ୍ତି । ୨୦୧୬ରେ ମାଷ୍ଟର ରବର୍ଟ କେଲିଙ୍କ ତତ୍ତ୍ୱାବଧାନରେ ଟାଏକୋଣ୍ଡୋ କ୍ଲାସେସ୍ ପାଇଁ ତାଙ୍କ ବାପା-ମା’ ଏନ୍ରୋଲ୍ କରାଇଥିଲେ । ପୂର୍ବରୁ ରିତିଶା ୨୦୧୮ ଓ ୨୦୧୯ ବର୍ଷରେ କ୍ରମାଗତଭାବେ ଉଭୟ ଥର ଇଣ୍ଡିଆନ ଷ୍ଟେଟ୍ ଓପନ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ଏବଂ ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ ମିଚିଗାନ୍ ଷ୍ଟେଟ୍ ଓପନ୍ ଚାମ୍ପିଅନ୍ସପ୍ରେ ମଧ୍ୟ ସ୍ୱର୍ଣ୍ଣପଦକ ପାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons