ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ବୈଠକରେ ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି । ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ । ଏ ପୂର୍ତ୍ତି ଉତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମକୁ ଡେଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ସଂପର୍କରେ ଆମ ଯୁବପିଢ଼ିଙ୍କୁ ମନେ ପକାଇଦେବାକୁ ହେବ । ଆମ ସ୍ୱାଧୀନତା ସଂଗ୍ରାମୀ ଓ ସଂଗ୍ରାମୀ ପୀଠ ସଂପର୍କରେ ସେମାନଙ୍କୁ ଅବଗତ କରାଇ ତାଙ୍କ ମନରେ ଦେଶପ୍ରେମର ଚିନ୍ତାଧାରା ଆଣିବାକୁ ଉଦ୍ୟମ ଜରୁରି । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ କମିଟି ବୈଠକରେ ସାମିଲ ହୋଇ ଏ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ଏକମାତ୍ର ଏବଂ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ବୈଠକରେ କହିବାକୁ ସୁଯୋଗ ମିଳିଥିଲା ।
ଆମ ଦେଶର ଏ ଗୌରବମୟ ମୁହୂର୍ତ୍ତକୁ ଜାକଜକମରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ନବୀନ ବୈଠକରେ ନିଜ ପ୍ରସ୍ତାବ ରଖି କହିଲେ, ସମୟର ସ୍ରୋତରେ ଆମ ଯୁବପିଢ଼ି ପାଖରେ ଆମକୁ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ପହଞ୍ଚାଇବାକୁ ହେବ । ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ଥିବା ପୀଠଗୁଡ଼ିକର ବିକାଶ କରାଯାଉ । ଇତିହାସ ପୃÂାରେ ବିଶେଷ ପରିଚୟ ପାଇନଥିବା ସଂଗ୍ରାମୀଙ୍କ ସର୍ବଭାରତୀୟସ୍ତରରୁ ଚିହ୍ନଟ କରି ତାଙ୍କ ସଂପର୍କରେ ଅଧିକ ଚର୍ଚ୍ଚା କରିବାକୁ ହେବ । ଏପରିକି ଦେଶ ବାହାରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି ।
ନବୀନ ଆହୁରି କହିଛନ୍ତି, ଆମେ ୭୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିଲା ବେଳେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ଆମେ ଯଦି ଉତ୍ସାହର ସହ କାର୍ଯ୍ୟକାରୀ କରିବା ତାହା ହେବ ତାଙ୍କ ପ୍ରତି ଶ୍ରେÂ ସମ୍ମାନ । ଗାନ୍ଧିଙ୍କ ବିଚାରଧାରା ଆମ ସମ୍ବିଧାନରେ ମଧ୍ୟ ପ୍ରତିଫଳିତ ହେବା ଆବଶ୍ୟକ । ସ୍ୱାଧୀନତା, ନ୍ୟାୟ ଏବଂ ସମାନତା ମନ୍ତ୍ର ସାଂପ୍ରତିକ ସମୟରେ କେତେ କାର୍ଯ୍ୟକାରୀ ହେଉଛି ତାହା ମଧ୍ୟ ତର୍ଜମା କରିବାର ସମୟ ଆସିଛି । ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ଯେ, ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତିଟି ଭାରତୀୟଙ୍କ ନିକଟରେ ଯେ କୌଣସି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ପୂର୍ତ୍ତି ଉତ୍ସବ ପହିବା ଜରୁରୀ । ସୋସିଆଲ ମିଡିଆ ହେଉ ଅବା ବୈଷୟିକ ଜ୍ଞାନ କୌଶଳର ବିନିଯୋଗ, ଏହା କିନ୍ତୁ ସମ୍ଭବ । ଏ ଦିଗକୁ ବିଚାର କରିବା ଆବଶ୍ୟକ ।
ନବୀନ କହିଲେ, ଗାନ୍ଧିଙ୍କ ମନ୍ତ୍ର ଥିଲା ନିଜକୁ ନିଜେ ଆବିଷ୍କାର କରିବାର ମୁଖ୍ୟ ମାଧ୍ୟମ ହେଉଛି ଅନ୍ୟର ସେବାରେ ନିକଜୁ ନିୟୋଜିତ ରଖିବା । ତେଣୁ ୭୫ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ସମଗ୍ର ଦେଶରେ ଅଧିକରୁ ଅଧିକ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ଏବଂ ଯୁବକମାନଙ୍କୁ ଏଥିରେ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ପୂର୍ତ୍ତି କମିଟି ପ୍ରସ୍ତୁତି ବୈଠକରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡ଼ାଙ୍କ ପରେ ନବୀନ ନିଜ ପ୍ରସ୍ତାବ ରଖିଥିଲେ । ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଅ ତଥା ଦେଶର ସବୁଠାରୁ ବରିÂ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ତାଙ୍କ ପ୍ରସ୍ତାବ ରଖିବାକୁ ସୁଯୋଗ ମିଳିଥିଲା । ଉଲ୍ଲେଖଯୋଗ୍ୟ, ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ବିଜୁ ବାବୁ ବ୍ରିଟିଶ ଦ୍ୱାରା ଗିରଫ ହୋଇ ୩ ବର୍ଷ ଜେଲ୍ରେ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons