ସ୍ୱାମୀଙ୍କ ପାଇଁ ଗାଇଲେ

Get real time updates directly on you device, subscribe now.

ସ୍ୱାମୀଙ୍କ ଫିଲ୍ମରେ ଗୀତ ଗାଇ ଓଲିଉଡକୁ କଙଋଶିଳ୍ପୀ ରୂପେ ଏଣ୍ଟ୍ରି କଲେ ସ୍ତ୍ରୀ । ଯଦିଓ ଏହିଭଳି ଅନେକ ଘଟଣା ଓଡ଼ିଆ ଚଳଚ୍ଚିତ୍ର ଅତୀତ ପୃଷ୍ଠାରେ ଲିପିବଦ୍ଧ କିନ୍ତୁ ଏ ଧାରା ପ୍ରବାହିତ । ଏମିତି ଘଟଣା ଘଟିଛି ମୁକ୍ତିଲାଭ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୋ ପାଇଁ ଫେରିବି ବସୁଧା ଚିରି’ରେ । ସିନେମାର ମୁଖ୍ୟ ଭୂମିକାରେ ଥିବା ଅଭିନେତା ଚନ୍ଦନ କରଙ୍କ ସ୍ତ୍ରୀ ଗୀତା ଚନ୍ଦନ କର ଏହି ଫିଲ୍ମରେ ଗୀତ ଗାଇ ସିନେ ଦୁନିଆରେ ପାଦ ଥାପିଛନ୍ତି । ଓଡ଼ିଶାର ପ୍ରସିଦ୍ଧ ତବଲା ବାଦକ ଗୁରୁ ଉମେଶ ଚନ୍ଦ୍ର କରଙ୍କ ଝିଅ ଭାବେ ପରିଚିତା ଗୀତ, ଏବେ ବାପାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପିଲାଟି ଦିନରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ପୂରା କରିଛନ୍ତି । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ଅଭିଜ୍ଞତା ଥିବା ଗୁରୁ ପଣ୍ଡିତ ଜେଭିଏସ୍ ରାଓଙ୍କ ପାଖରେ ସଙ୍ଗୀତ ଶିକ୍ଷା କରୁଥିଲେ । ସଫ୍ଟୱେର୍ କ୍ଷେତ୍ରରେ କାର୍ଯ୍ୟ କରୁଥିବାରୁ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ କାଢ଼ି ସଙ୍ଗୀତ ସାଧନା ଜାରି ରଖିଥିଲେ । ସଙ୍ଗୀତା ପଣ୍ଡାଙ୍କ ଅଧୀନରେ ସଙ୍ଗୀତ ଶିକ୍ଷା ଜାରି ରଖିବା ସହ ଏବେ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଚଳଚ୍ଚିତ୍ର ପାଇଁ ଗୀତ ଗାଇଛନ୍ତି । ତାଙ୍କୁ ସାଥ ଦେଇଛନ୍ତି ଆଉ ଜଣେ ଯୁବ ଗାୟକ । ଦୁହେଁ ମିଶି ଗୀତଟିକୁ ଗାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons