ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ

Get real time updates directly on you device, subscribe now.

ଝରିଗାଁ,(ବି.ବି.ନୁ୍ୟଜ୍): ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀର ଆକ୍ରମଣରେ ଜଣେ ମହିଳାଙ୍କର ମୃତୁ୍ୟ ହୋଇଛି । ମହିଳା ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡଟେମରା ପଞ୍ଚାୟତ ଢେପଗୁଡା ଗାଁର ଶରତ ମାଝି(୫୦)ଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା(୪୨) । ଏ ସମ୍ପର୍କରେ ଶରତଙ୍କ ଭାଇ ସଦନ ଝରିଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଗାଁ ଲୋକଙ୍କ ସୂଚନା ଅନୁସାରେ, ଅନେକ ସମୟରେ ଏହି ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହେବା ସହ କଳହ ଲାଗିଥାଏ । ଗତ ସୋମବାର ରାତି ପ୍ରାୟ ୧୧ ଟାରେ ଶରତ ମଦ୍ୟପାନ କରି ଘରକୁ ଫେରିଥିଲା । ଅନ୍ନପୂର୍ଣ୍ଣାଙ୍କୁ ଖାଇବାକୁ ମାଗିଥିଲା । ପରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶରତ ନିଶାସକ୍ତ ଅବସ୍ଥାରେ ଅନ୍ନପୂର୍ଣ୍ଣାଙ୍କୁ ଲାତ, ବିଧା, ଗୋଇଠା ମାରି ଆକ୍ରମଣ କରିଥିଲେ । ଏଥିରେ ଅନ୍ନପୂର୍ଣ୍ଣା ସଂଜ୍ଞାହୀନ ହୋଇ ପଡିଥିଲେ । ମଙ୍ଗଳବାର ସକାଳୁ ପଡୋଶୀ ଅନ୍ନପୂର୍ଣ୍ଣାଙ୍କୁ ଉଦ୍ଧାର କରି ସମ୍ପର୍କୀୟ ଏବଂ ପୁଲିସକୁ ଖବର ଦେଇଥିଲେ । ଥାନା ଅଧିକାରୀ ଉମେଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ମହିଳାଙ୍କ ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଦେଖିଥିଲେ । ତାଙ୍କୁ ମେଡିକାଲ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ଅନ୍ନପୂର୍ଣ୍ଣାଙ୍କର ମୃତୁ୍ୟ ହୋଇଯାଇଥିଲା । ଘଟଣାକୁ କେନ୍ଦ୍ରକରି ଗାଁ ଲୋକେ ଶରତକୁ ବାନ୍ଧି ରଖିଥିଲେ । ପୁଲିସ ସୂଚନା ପାଇ ଶରତକୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଥାନାରେ ଶରତ ଅଟକ ଥିବାବେଳେ ଅନ୍ନପୂର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଉମରକୋଟ ପଠାଯାଇଥିବା ଜଣାପଡିଛି । ମାମଲାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons