ସ୍ୱାମୀ କହିଲେ ଗର୍ଭରେ ବଢ଼ୁଥିବା ପିଲା ମୋର ନୁହେଁ: ସ୍ତ୍ରୀକୁ ଠକି ଦେଲେ ସ୍ୱାମୀ

Get real time updates directly on you device, subscribe now.

ଭଦ୍ରକ: ସ୍ତ୍ରୀଙ୍କୁ ଠକି ଦେଲା ସ୍ତ୍ରୀ। ହାଇଦ୍ରାବାଦରେ କାମ କରିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ସଂସାର କରିବେ ବୋଲି ମନସ୍ଥ କରିଥିଲେ। ସେଥିପାଇଁ ସ୍ବାମୀ-ସ୍ତ୍ରୀ ସାଙ୍ଗ ହୋଇ ଗାଁକୁ ଫେରିଲେ। ପ୍ରେମିକା ଏବଂ ପ୍ରେମିକର ମନକୁ ମନ ମିଶିଲା। ବିନା ବାହାଘରରେ ସିନ୍ଦୂର ପିନ୍ଧିଲେ ସ୍ତ୍ରୀ। ସ୍ତ୍ରୀ ଏବେ ୭ ମାସର ଗର୍ଭବତୀ କିନ୍ତୁ ସ୍ବାମୀ କହୁଛି ଏ ଗର୍ଭରେ ବଢ଼ୁଥିବା ପିଲା ମୋର ନୁହେଁ। ସେପଟେ ଶାଶୁ-ଶ୍ବଶୁରଙ୍କ ଅସହ୍ୟ ନିର୍ୟାତନା। ଏବେ ପୀଡିତା ଥାନାର ଦ୍ବାରସ୍ଥ ହୋଇଛନ୍ତି। କିଛି ଉପାୟ ନପାଇ ଥାନା ବାରଣ୍ଡାରେ କଇଁ କଇଁ ହୋଇ କାନ୍ଦୁଛନ୍ତି।
ସୂଚନାଯୋଗ୍ୟ ଯେ, କିଛିଦିନ ପରେ ସ୍ବାମୀ-ସ୍ତ୍ରୀ ସାଙ୍ଗ ହୋଇ ଘରକୁ ଫେରିଥିଲେ। କିଛିଦିନ ଭଲରେ ଭଲରେ ବିତିଗଲା କିନ୍ତୁ ଏବେ ଶ୍ଵଶୁର ଘର ଲୋକଙ୍କ ନିର୍ୟାତନାର ଶିକାର ହେଉଛନ୍ତି ସ୍ତ୍ରୀ। ଆଉ ଘରେ ରହିବାକୁ ବାରଣ କରୁଛନ୍ତି। କେବଳ ଶ୍ବଶୁର ଘର ଲୋକେ ନୁହେଁ ସ୍ବାମୀ ମଧ୍ୟ ସ୍ତ୍ରୀଙ୍କୁ ଗଞ୍ଜଣା ଦେଉଥିବା ସେ ଅଭିଯୋଗ କରିଛନ୍ତି। ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳର ଯୁବତୀ ହାଇଦ୍ରାବାଦରେ କାମ କରନ୍ତି। ସେଠାରେ ଭଦ୍ରକ ଜିଲ୍ଲା ଧୂସୁରି ଥାନା ମଙ୍ଗଳାବାଙ୍କ ଗାଁର ଦୀପକ ଜେନାଙ୍କର ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା।
ଦୁହେଁ ବିବାହ କରିବା ପାଇଁ ହାଇଦ୍ରାବାଦରୁ ଓଡିଶା ଫେରିଲେ। ଦୀପକ ସ୍ତ୍ରୀଙ୍କୁ ନିଜ ଘରକୁ ନ ନେଇ ସମ୍ପର୍କୀୟଙ୍କ ଘରେ ରଖିଲେ। କିନ୍ତୁ ବିବାହ କରିଲେ ନାହିଁ। ସ୍ତ୍ରୀ ଜିଦ କରିବାରୁ ସିନ୍ଦୂର ପିନ୍ଧାଇଲେ ଆଉ କହିଲେ ବିବାହର କୌଣସି ଆବଶ୍ୟକତା ନାହିଁ। ଯେତେବେଳେ ସ୍ତ୍ରୀ ଗର୍ଭବତୀ ଧାରଣ କଲେ ସେତେବେଳେ ସ୍ବାମୀ ହୋଇଗଲେ ସାତପର, ଆଉ ଆରମ୍ଭ ହୋଇଗଲା ନିର୍ୟାତନା। ଏ ନେଇ ସଂପୃକ୍ତ ମହିଳା ଜଣଙ୍କ ଦ୍ବାରସ୍ଥ ହୋଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons