ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ:ମୋରାରଜୀ ଦେଶାଇ ଗୋମୂତ୍ର ପିଉଥିଲେ

Get real time updates directly on you device, subscribe now.

ପାଟନା: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜଜୀ ଦେଶାଇ ଗୋମୂତ୍ର ପିଉଥିଲେ ବୋଲି ଦାବି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ତେବେ ଏହାକୁ ଔଷଧ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ସେ କହିଛନ୍ତି । ପାଟନା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ‘ଲୋକମାନେ ରୋଗରୁ ବର୍ତ୍ତିବା ପାଇଁ ଅନେକ ସମୟରେ ଗୋମୂତ୍ର ପିଉଥିବାର ଆମେ ଦେଖିଛୁ । ଏପରିକି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ମଧ୍ୟ ଗୋମୂତ୍ରକୁ ଔଷଧ ରୂପେ ପିଉଥିଲେ’ । ଗୋମୂତ୍ର ଉପରେ ଗବେଷଣା କରାଯାଇ ଏହାକୁ ଔଷଧ ରୂପେ ଘୋଷଣା କରିବାକୁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ଆୟୁଷ ମନ୍ତ୍ରଣାଳୟ ଓ ତାଙ୍କ ମନ୍ତ୍ରଣାଳୟ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ଏହା ପୂର୍ବରୁ ଅନ୍ୟ ଏକ କାର୍ଯ୍ୟକ୍ରମରେ ଅଶ୍ୱିନୀ କହିଥିଲେ ଯେ, ଦେଶୀ ଗାଈମାନଙ୍କ ମୂତ୍ର ଅନେକ ଔଷଧ ତିଆରିରେ ବ୍ୟବହାର କରାଯାଉଛି । ଏଣୁ ସରକାର ଗାଈମାନଙ୍କ ସଂରକ୍ଷଣ ତଥା ବଂଶବୃଦ୍ଧିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଗୋମୂତ୍ର ଦ୍ୱାରା ଡାଇବେଟିସ ଏବଂ କ୍ୟାନ୍ସର୍ ଭଳି ରୋଗର ଉପଚାର କରାଯାଇ ପାରିବ ବୋଲି ମଧ୍ୟ ଚୌବେ ଦାବି କରିଥିଲେ । ସେହିଭଳି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କ୍ୟାନସର ରୋଗ ଚିକିତ୍ସା କରାଯିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଉପରେ ବିଚାର କରାଯାଉଛି ବୋଲି ଚୌବେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons