ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮୫୦୦ କୋଟି

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ରାଜ୍ୟ ସରକାର ୮୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ୱାସ୍ଥ କ୍ଷେତ୍ରରେ ଅଧିକରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଉଛି । କରୋନା ଯୁଦ୍ଧରେ ଡାକ୍ତରମାନେ ହେଉଛନ୍ତି ସମ୍ମୁଖ ଯୋଦ୍ଧା । ଡାକ୍ତରମାନେ ଏବେ ସମାଜ ପାଇ ରୋଲ ମଡେଲ । ନବନିଯୁକ୍ତ ୭୮୬ ଡାକ୍ତରଙ୍କ ସହ ଭର୍ଚୁଆଲରେ ଭାବବିନିମୟ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନୂଆ କରି ନିଯୁକ୍ତ ଯୁବ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୋସ୍ ବଢାଇ କହିଛନ୍ତି, ଡାକ୍ତରମାନଙ୍କ ସହାୟତାରେ ସରକାର ଗତ ବର୍ଷେରୁ ଅଧିକ ସମୟ ହେଲାଣି କରୋନା ବିରୋଧରେ ଯୁଦ୍ଧ ଲଢୁଛନ୍ତି । ଯୁବ ଡାକ୍ତରମାନେ ଲୋକଙ୍କ ସେବା ପାଇଁ ଏହି ବୃତ୍ତି ଆପଣାଇଛନ୍ତି । ଓଡିÿଶା ପବ୍ଲିକ ସର୍ଭିସ କମିଶନ ମାଧ୍ୟମରେ ସଫଳତାର ସହ ମନୋନୀତ ହୋଇ ମେଡିକାଲ ଅଫିସର ନିଯୁକ୍ତ ହୋଇଛନ୍ତି । ବର୍ଷ ବର୍ଷ ଧରି କଠିନ ପରିଶ୍ରମ ଓ ଶ୍ରେଣୀ ପାଠ୍ୟକ୍ରମ ପରେ ସେମାନେ ଏହି ସଫଳତା ପାଇଛନ୍ତି ।
ଡାକ୍ତରଙ୍କ ପାଇଁ ସେମାନଙ୍କ ପରିବାର ସହ ସମାଜ ଗର୍ବିତ । ସମାଜ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି ମାନେ । ସମାଜର ସବୁ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଯୁବ ଡାକ୍ତରମାନେ ପ୍ରୟାସ କରନ୍ତୁ । ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଡାକ୍ତରମାନେ ନିଜ ଡୁ୍ୟଟି ବାହାରେ ଅନେକ ଅସହାୟଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇଛନ୍ତି । ଏଥିରୁ ପ୍ରେରିତ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ସାରା ବିଶ୍ୱ ସମେତ ଓଡ଼ିଶା ମଧ୍ୟ କୋଭିଡ୍ରେ ଭୀଷଣ ପ୍ରଭାବିତ ହୋଇଛି । ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବଡ଼ ଚାପ ପଡିଛି । କିନ୍ତୁ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଓ ହସ୍ପିଟାଲରେ ଅଧିକ ରୋଗୀ ସତ୍ତେ୍ୱ ରାଜ୍ୟର ସ୍ୱାସ୍ଥ୍ୟ ସ୍ଥିତି କେବେ ନିୟନ୍ତ୍ରଣ ବାହାରକୁ ଯାଇନି । ଭିତ୍ତିଭୂମି, ମାନବ ସମ୍ବଳ ଓ ଆବଶ୍ୟକ ଔଷଧ ସାମଗ୍ରୀର ଅଭାବ ଓ ଆହ୍ୱାନ ସତ୍ତେ୍ୱ ଅନେକ ଜୀବନ ବଞ୍ଚାଇବାରେ ଆମେ ସକ୍ଷମ ହୋଇଛୁ । ଯୁଦ୍ଧରେ ଲଢିବାରେ ଡାକ୍ତରମାନଙ୍କ ଜୋସ୍ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ଚେତାଇ ଦେଇ କହିଛନ୍ତି, ଦ୍ୱିତୀୟ ଲହରୀ ପଳାଇଲା ଓ ସଂକ୍ରମଣ କମିଗଲା ଭାବି ଆଦୌ ଢିଲା ଦିଅନ୍ତୁ ନାହିଁ । ଆମେ ଏକ କଠିନ ସମୟର ମଝିରେ ଛିଡା ହୋଇଛୁ । ସମସ୍ତେ ସତର୍କ ରହିବା ସହ କୋଭିଡ୍ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ଡାକ୍ତର ପଦବୀରେ ନିଯୁକ୍ତି ପାଇଁ ପଦକ୍ଷେପ ନେଇଛୁ । ଖୁବଶୀଘ୍ର ଏହା ପୂରଣ ହୋଇଯିବ । ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ ।
୫-ଟି ସଚିବ ଭିକେ ପାଣ୍ଡିଆନ୍ ଡାକ୍ତରମାନଙ୍କ ସହ ଭାବବିନିମୟ କରିଥିଲେ । ରାଜ୍ୟର ଗରିବରୁ ଅତି ଗରିବ ଲୋକ ଯେଭଳି ଉତ୍ତମ ପ୍ରଶାସନିକ ସେବା ପାଇ ସନ୍ତୁଷ୍ଟ ହେବେ ସେଥିପାଇଁ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଥିଲେ । ଟେକ୍ନୋଲୋଜିର ପ୍ରୟୋଗ କରି ଲୋକଙ୍କ ପାଖରେ ତ୍ୱରିତ୍ ସେବା ପହଞ୍ଚାଇଲେ ଏହା ବିରାଟ ପରିବର୍ତ୍ତନ ଆଣିବ । ପ୍ରତିଟି ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରକୁ ଆପଣାଇ ରୋଗୀ ସେବା କରିବାକୁ ସେ ଅପିଲ୍ କରିଛନ୍ତି ।
ଚଳିତବର୍ଷ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ୨୦୨୧ ପର୍ଯ୍ୟନ୍ତ ପ୍ରତିବର୍ଷ ୨ଟି ଲେଖାଏଁ ନୂଆ ମେଡିକାଲ କଲେଜ ପ୍ରତିÂା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କାର୍ଯ୍ୟକ୍ରମରେ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons