ତାଳଚେର,(ବି.ବି.ନୁ୍ୟଜ୍): ୪ ବର୍ଷ ତଳେ କଣିହାଁ ଥାନା ତେଲିସିଂହା ଗ୍ରାମର ମଦନ ମୋହନ ପ୍ରଧାନ ହତ୍ୟାକାଣ୍ଡର ରାୟ ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ୍ରେ ସୋମବାର ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦ ମାମଲାର ଶୁଣାଣି କରି ହତ୍ୟାକାରୀ ସେହି ଗ୍ରାମର ପ୍ରଫୁଲ୍ଲ ବିଶ୍ୱାଳକୁ ଆଜୀବନ ଜେଲ ସାଙ୍ଗକୁ ୩୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ରାଶି ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ୍ ରାୟରେ ଉଲ୍ଲେଖ ରହିଛି ।
ପ୍ରକାଶ ଯେ, ଏହି ହତ୍ୟାକାଣ୍ଡ ଘଟିଥିଲା ୨୦୧୫ ମସିହା ନଭେମ୍ବର ମାସ ୨୧ ତାରିଖରେ । ବରିÂ ସାମ୍ବାଦିକ ତଥା ‘ଫାଷ୍ଟମେଲ୍’ର ସମ୍ପାଦକ ଜଗଦାନନ୍ଦ ପ୍ରଧାନଙ୍କ ବାପା ମଦନ ମୋହନ ପ୍ରଧାନ ଘର ବାରଣ୍ଡାରେ ବସି ଦାନ୍ତ ଘଷୁଥିବା ବେଳେ ପ୍ରଫୁଲ୍ଲ ଏକ ଖଣ୍ଡାରେ ଅତର୍କିତ ଭାବରେ ଆକ୍ରମଣ କରିଥିଲା । ଶ୍ରୀ ପ୍ରଧାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ଉଦ୍ୟମ କରିଥିଲେ ମଧ୍ୟ ପ୍ରଫୁଲ୍ଲ ସେମାନଙ୍କୁ ଭୟଭୀତ କରିବାରୁ କେହି ପାଖ ମାଡ଼ିନଥିଲେ । ପ୍ରଫୁଲ୍ଲ ଅନେକ ସମୟରେ ଗାଁ ଦାଣ୍ଡରେ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିଥାଏ । ତେଣୁ ଗ୍ରାମର ବରିÂ ନାଗରିକ ହିସାବରେ ଶ୍ରୀ ପ୍ରଧାନ ପ୍ରଫୁଲ୍ଲକୁ ବାରଣ କରି ଆସୁଥିଲେ । ଏହାକୁ ନେଇ ସେ ଶ୍ରୀ ପ୍ରଧାନଙ୍କ ଉପରେ ରାଗ ରଖିଥାଏ । ତେବେ ପ୍ରଫୁଲ୍ଲ ଆକ୍ରମଣରେ ଶ୍ରୀ ପ୍ରଧାନ ଗୁରୁତର ଆହତ ହୋଇଥିବା ବେଳେ ଗ୍ରାମବାସୀ ତାଙ୍କୁ ତୁରନ୍ତ କଣିହାଁ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମଦନମୋହନଙ୍କ ବଡ଼ପୁଅ ଜଗଦାନନ୍ଦ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ । ସାମାନ୍ୟ କଥାରୁ ଏ ଜଘନ୍ୟ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ସେତେବେଳେ ଆଲୋଡ଼ନ ଖେଳାଇ ଦେଇଥିଲା । ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର ହରେକୃଷ୍ଣ ପାତ୍ର ଓ ନିର୍ମଳ ତ୍ରିପାଠୀ ମାମଲା ପରିଚାଳନା କରିଥିଲେ ।
Comments are closed, but trackbacks and pingbacks are open.