ହତ୍ୟାକାରୀ ପୁଅକୁ ପୁଲିସ ଜିମା ଦେଲା ମା’

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): ସାମାନ୍ୟ ବଚସାରୁ ଗାମୁଛାରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଥିଲା ସ୍ୱାମୀ । ହତ୍ୟା ପରେ ରହୁଥିବା ଭଡା ଘରର ଏକ ଖଟ ତଳେ ମୃତଦେହକୁ ଲୁଚାଇ ଦେଇଥିଲା । ହେଲେ ଏ ଘଟଣା ଜାଣିବା ପରେ ନିÂୁର ପୁଅକୁ ପୁଲିସ ଜିମା ଦେଇଛି ମା’ । ଜନ୍ମକଲା ପୁଅର ଏଭଳି କାଣ୍ଡକୁ ନଲୁଚାଇ ପୁଲିସ ହାତରେ ଧରାଇ ଦେଇଛି । ଏ ଘଟଣା କେନ୍ଦୁଝର ଟାଉନଥାନା ସାମନ୍ତରାପୁରରେ ଘଟିଥିବାବେଳେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ପଣ୍ଡାପଡା ଥାନା ହୁଣ୍ଡା ଗ୍ରାମର ବାବୁଲି ପ୍ରଧାନ(୨୫)ଗତ ଫେବ୍ରୁଆରୀ ମାସରେ ସଦର ଥାନା ଉପର ରାଇଗୋଡା ପଞ୍ଚାୟତ, କମଗାଁ ଗ୍ରାମର ପଞ୍ଚମୀ ପ୍ରଧାନ(ଦେହୁରୀ)(୨୦ ବର୍ଷ)ଙ୍କୁ ୨ୟ ବିବାହ କରିଥିଲେ । ବିବାହ ପରେ ବାବୁଲିଙ୍କ ମା’ ଟିକିନାଙ୍କ ସହିତ ସ୍ୱାମୀ ସ୍ତ୍ରୀ କେନ୍ଦୁଝର ଟାଉନଥାନା ସାମନ୍ତରାପୁର ଅଞ୍ଚଳର ହୃଷିକେଶ ମିଶ୍ରଙ୍କ ଘରେ ଭଡାରେ ରହୁଥିଲେ । ବାବୁଲି କେନ୍ଦୁଝର ସହରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ବାବୁଲିଙ୍କ ମା’ ଟିକିନା ମଧ୍ୟ ମୂଲ ମଜୁରି କରୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ଟିକିନା ମୂଲ ମଜୁରି କରି ଘରକୁ ଫେରିଥିବାବେଳେ ଘରେ ବୋହୂକୁ ନଦେଖି ବାବୁଲିକୁ ପଚାରିଥିଲେ । ସେ କେଉଁଆଡେ ଯାଇଛି ମୁୁଁ ଜାଣି ନାହିଁ ବୋଲି କହିଥିଲା ବାବୁଲି । ଦୀର୍ଘ ସମୟ ପର୍ଯ୍ୟନ୍ତ ପଞ୍ଚମୀ ଘରକୁ ନ ଫେରିବାରୁ ପୁଣିଥରେ ବାବୁଲିକୁ ପଚାରିବା ସହିତ ଖୋଜାଖୋଜି କରିଥିଲେ । ଖଟତଳେ କନ୍ଥା ଗୁଡାଯାଇଥିବା ଅବସ୍ଥାରେ ପଞ୍ଚମୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ଟିକିନା ।
ବାବୁଲିଙ୍କୁ ଏ ସମ୍ବନ୍ଧରେ ପଚରା ଉଚୁରା କରିବାରେ ଖାଇବା ପିଇବାକୁ ନେଇ ପଞ୍ଚମୀ ସହିତ ଝଗଡା ହୋଇଥିଲା ଏବଂ ଗାମୁଛାରେ ତା ତଣ୍ଟି ଚିପି ହତ୍ୟା କରିଥିବା ମା’ ଆଗରେ କହିଥିଲା । ବାବୁଲି ନିଶା ଶକ୍ତ ଅବସ୍ଥାରେ ଥିଲା ଏବଂ ତା ଠାରୁ ଏକଥା ଶୁଣିବା ପରେ ତାକୁ ନେଇ ଟାଉନ ଥାନା ପୁଲିସର ଜିମା ଦେଇଥିଲେ ଟିକିନା । ଶନିବାର ସକାଳୁ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣା ସମ୍ବନ୍ଧରେ ଖବର ପାଇ ପଞ୍ଚମୀଙ୍କ ପରିବାର ଲୋକେ ମଧ୍ୟ ସାମନ୍ତରାପୁର ପହଞ୍ଚିଥିଲେ । ପଞ୍ଚମୀଙ୍କ ପରିବାର ଲୋକଙ୍କ କହିବା ମୁତାବକ, ୪ ମାସ ତଳେ ବାବୁଲିଙ୍କ ସହିତ ପଞ୍ଚମୀଙ୍କ ବିବାହ ଅନୁÂିତ ହୋଇଥିଲା । ପଞ୍ଚମୀ ଗର୍ଭବତୀ ଥିଲେ ବୋଲି ୨ ମାସ ତଳେ ମା’ ଆତଲ ଦେହୁରୀଙ୍କୁ ଜଣାଇଥିଲେ ।
ପଞ୍ଚମୀଙ୍କ ଭାଇ ରମେଶ ଦେହୁରୀ ଟାଉନଥାନାରେ ଏ ସମ୍ବନ୍ଧରେ ଲିଖିତ ଅଭିଯୋଗ କଲା ପରେ ସବଇନ୍ସପେକ୍ଟର ବୁଦୁନୀ ମିଞ୍ଜ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଟାଉନ ପୁଲିସ ପକ୍ଷରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଯାଇଥିବାବେଳେ ଟାଉନଥାନାରେ ହତ୍ୟା ମାମଲା ନଂ ୧୧୯/୨୦୨୦ ରୁଜୁ କରି ଅଭିଯୁକ୍ତ ବାବୁଲିକୁ ଅଟକ ରଖାଯାଇଛି । ପଞ୍ଚମୀଙ୍କ ମୁହଁ, ଛାତି, ଗୋଡ ଇତ୍ୟାଦିରେ କ୍ଷତ ଚିହ୍ନ ରହିଥିବାରୁ ବାବୁଲି ପଥର ବା ଇଟା ସାହାଯ୍ୟରେ ମଧ୍ୟ ପିଟାପିଟି କରିଥିବା ପୁଲିସ ସନେ୍ଦହ କରୁଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବିବାହ ସମୟରେ ପଞ୍ଚମୀଙ୍କୁ ଦିଆଯାଇଥିବା ସମସ୍ତ ଆସବାବ ପତ୍ର ଗୁଡିକୁ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons