ହନୁମାନ ପଇସାକୁ ନେଇ ବିବାଦ : ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୋଲିସ, ୧୦ ଗିରଫ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଟାଉନ ଥାନା ପୁଲିସ୍ର ତତ୍ପରତା ଯୋଗୁଁ ହନୁମାନ ପାଇସାକୁ ନେଇ ଅପହୃତ ହୋଇଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର କରାଯିବା ପରେ ଦୁଇଟି ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଉଭୟ ଗୋÂୀର ୧୦ ଜଣକୁ ପୁଲିସ ଗିରଫ କରିଛି । ଗତକାଲି ପ୍ରାୟ ଦିନ ସାଢେ଼ ୧୧ଟା ବେଳେ ସହରର ପତ୍ରାପଡ଼ା ନିବାସୀ ବଣ୍ଟି ସାହୁ (୨୭) ଏବଂ ସୁବଳୟା ଗ୍ରାମର ତାଙ୍କ ସାଙ୍ଗ ମାଧବ ମିଞ୍ଜ (୨୯) ଏକ ବାଇକ୍ରେ କିରେଇକୁ ଯାଇଥିଲେ । ସେଠାରେ ସେମାନେ ଅଟକି ବଣ୍ଟି କୌଣସି ଏକ ସ୍ଥାନକୁ ଯାଇଥିବା ବେଳେ ଏକ ଧଳା ରଙ୍ଗର କାର (ଓଡି୧୬ଇ ୦୫୦୪) ତାଙ୍କ ବାଇକ ସାମ୍ନାରେ ହଠାତ୍ ଛିଡ଼ା ହୋଇଥିଲା । ସେହି କାରରୁ ୪ରୁ ୫ ଜଣ ବାହାରି ମାଧବଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇଥିଲେ ।
ବଣ୍ଟି ଫେରି ଆସି ଦେଖିଲା ବେଳକୁ ତାଙ୍କ ବାଇକ୍ କିମ୍ବା ମାଧବ ନାହାନ୍ତି । ପରେ ସେ ବହୁ ଖୋଜାଖୋଜି କରିଥିଲେ । ହେଲେ ରାତି ୮ଟା ବେଳେ ମୋବାଇଲ ନଂ. ୮୨୪୯୩୩୫୪୨୭ରୁ ତାଙ୍କ ନିକଟକୁ ଫୋନ୍ ଆସି ମାଧବଙ୍କୁ ପାଇବାକୁ ହେଲେ ପ୍ରଥମେ ୬ ଲକ୍ଷ, ତା’ ପରେ ୧୦ ଲକ୍ଷ ଏବଂ ତୃତୀୟଥର କଲ୍ରେ ୨୦ ଲକ୍ଷ ଦାବି କରାଯାଇଥଥିଲା । ପରେ ବଣ୍ଟି ଘଟଣା ସମ୍ପର୍କରେ ଟାଉନ ଥାନାରେ ଏତଲା ଦେବାରୁ ଟାଉନ ଥାନା ଅଧିକାରୀ ବିଭ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ସଦର ବ୍ଲକ୍ ଅଞ୍ଚଳରେ ଚଢ଼ଉ କରି ବିଭିନ୍ନ ସ୍ଥାନରୁ ଅପହରଣକାରୀ ଶ୍ରବଣ କୁମାର ପାତ୍ର (୨୪), ରାକେଶ କୁମାର ଶର୍ମା (୨୬), ସୁରେଶ ରାଉତ (୩୮), ଲିଙ୍ଗରାଜ ସୁଦ୍ (୨୭), ଅଗସ୍ତି ମିଶ୍ର (୩୦), ଦେବ ବାରଭୂୟାଁ (୨୫) ଏବଂ ତପନ କୁମାର ବାଘ (୩୩)ଙ୍କୁ ଗିରଫ କରିଥିବା ବେଳେ ସୁନ୍ଦରଗଡ଼ ଟାଉନ୍ ଥାନା କେସ୍ ନଂ. ୨୭୩ ତା. ୧୫ା୯ା୨୦ ଭାରତୀୟ ପିଙ୍ଗଳ କୋଡର ଧାରା ୩୬୩/୩୬୪(କ)/୩୪ ଆଇପିସିରେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଅପରପକ୍ଷରେ ଶ୍ରବଣ କୁମାର ପାତ୍ରଙ୍କ ଅଭିଯୋଗ କ୍ରମେ ମାଧବ କୁଆଡେ଼ ହନୁମାନ ପଇସା ଦେବା ପାଇଁ ତାଙ୍କ ପାଖରୁ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ କରିଥିବା ବେଳେ ଏହା ଉପରେ ସୁନ୍ଦରଗଡ଼ ଟାଉନ ଥାନା କେସ୍ ନଂ. ୨୭୪ ଅନୁସାରେ ବଣ୍ଟି ସାହୁ, ସନିକ କୁମାର ଏବଂ ମାଧବ ମିଞ୍ଜଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ମୋବାଇଲ, ଗୋଟିଏ କାର୍, ଗୋଟିଏ ବାଇକ୍ ସମେତ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ ନେଇ ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons