ହନୁମାଳରେ ବ୍ୟାପିଲା ଝାଡ଼ାବାନ୍ତି

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ର ହନୁମାଳ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି । ଦୁଇ ଦିନରେ ଗାଁରେ ଦୁଇଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୭ଜଣଆକ୍ରାନ୍ତ ହୋଇଛନ୍ତି । ମୃତକମାନେ ହେଲେ ଗୁରୁବାରୀ ଶିଶା(୫୫) ଓ ଲଳିତା ବଡନାୟକ(୧୦) । ଶୁକ୍ରବାର ଗୁରୁବାରୀଙ୍କ ମୃତୁ୍ୟ ହୋଇଥିବା ବେଳେଆଜି ସକାଳେ ପ୍ରାଣ ହରାଇଛନ୍ତି ଲଳିତା ।ଆକ୍ରାନ୍ତମାନେ ହେଲେ ମୋତି ବଡନାୟକ(୪୫), ମାଣିକ ବଡନାୟକ(୬୦), ରଇଲା ବଡନାୟକ(୪୫), ସାମରୀ ବଡନାୟକ(୪୫), ଦେବକୀ ବଡନାୟକ(୨୨), ସନାଦେଇ ବଡନାୟକ(୨୦) ଓ ଧବୁଲି ବଡନାୟକ(୭୫) । ଏମାନଙ୍କ ସହ ଗାଁରଅନ୍ୟ ୧୫ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଗାଁ ଲୋକେ କହିଛନ୍ତି । ଖବର ପାଇ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ୩ ଜଣିଆ ଟିମ୍ ଗାଁରେ ପହଞ୍ଚିଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ଜାରି ରଖିଛି । ପାନୀୟଜଳ ଏବଂଆକ୍ରାନ୍ତଙ୍କଠାରୁ ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ଡାକ୍ତର କହିଛନ୍ତି ।
ଗାଁ ଲୋକଙ୍କ କହିବାନୁଯାୟୀ, ତିନିଦିନ ତଳେ ଗାଁରେ ସବୁ ଠିକ୍ଠାକ୍ ଥିଲା । କେହି ରୋଗରେଆକ୍ରାନ୍ତ ହୋଇନଥିଲେ । ହଠାତ୍ ଝାଡାବାନ୍ତିଆରମ୍ଭ ହୋଇଥିଲା । ଦୁଇଦିନରେ ୨ ଜଣଙ୍କ ମୃତୁ୍ୟ ହୋଇଗଲା । ଏହା ଦେଖି ସେମାନେ ସଙ୍ଗେ ସଙ୍ଗେ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ୩ଜଣିଆ ଟିମ୍ ଗାଁରେ ପହଞ୍ଚିଆକ୍ରାନ୍ତମାନଙ୍କ ଚିକିତ୍ସା କରିଥିଲେ । ରକ୍ତନମୁନା ସହ ସେମାନେ ବ୍ୟବହାର କରୁଥିବା ପାଣି ସଂଗ୍ରହ କରିଥିଲେ । ଗାଁରେ ପରିଷ୍କାର ପରିଚ୍ଛନ୍ନତା ରଖିବା ଏବଂ ଗରମ ପାଣି ବ୍ୟବହାର କରିବା ଲାଗି ପରାମର୍ଶ ଦେଇଥିଲେ । ମାଛକୁଣ୍ଡ ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ନମିଳିବାରୁ ୨ ଜଣଙ୍କ ମୃତୁ୍ୟ ହୋଇଗଲା ବୋଲି ସେମାନେଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons