ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍ଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱରରୁ ଦୁବାଇ ଯାତାୟାତ କରୁଥିବା ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ଆକାଶପଥ ଯୋଗାଯୋଗର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏ ବାବଦରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବେ ହସ୍ତକ୍ଷେପ କରି ଭୁବନେଶ୍ୱର-ଦୁବାଇ-ଭୁବନେଶ୍ୱର ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପୂର୍ବୋଦୟ ଯୋଜନାରେ ଓଡ଼ିଶା ବିକାଶର ପେଣ୍ଠସ୍ଥଳୀ ଭାବେ ଆଗକୁ ବଢ଼ୁଛି । କେନ୍ଦ୍ର ସରକାର ଉଡ଼ାନ ଯୋଜନା ମାଧ୍ୟମରେ ଆଞ୍ଚଳିକସ୍ତରରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି । ବର୍ତ୍ତମାନ ଭୁବନେଶ୍ୱରରୁ ସିଧାସଳଖ ବିମାନ ସଂଯୋଗ କେବଳ ଥାଇଲାଣ୍ଡର ବ୍ୟାଙ୍ଗକକ୍ ଯାଏଁ ଥିବା ବେଳେ ୟୁଏଇର ଦୁବାଇ ସହ ଯୋଡ଼ିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । ୟୁନାଇଟେଡ ଆରବ୍ ଏମିରେଟସ୍ (ୟୁଏଇ)ର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୫ ହଜାରରୁ ଅଧିକ ଓଡ଼ିଆ ରହୁଥିବା ବେଳେ ନିଜ ରାଜ୍ୟକୁ ଆସିବା ପାଇଁ ବିଭିନ୍ନ ପରୋକ୍ଷ ରାସ୍ତା ବାଛିଥାନ୍ତି । ତେଣୁ ଏ ଦିଗରେ ଦୃଷ୍ଟି ଦେଇ ବିମାନ ସେବା ଆରମ୍ଭ କଲେ ଭୁବନେଶ୍ୱର ସ୍ୱାସ୍ଥ୍ୟ ପର୍ଯ୍ୟଟନ, ସାଂସ୍କୃତିକ ପର୍ଯ୍ୟଟନ ତଥା ଶିକ୍ଷା କେନ୍ଦ୍ରରେ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇ ପାରିବ ।
Comments are closed, but trackbacks and pingbacks are open.