ହରଭଙ୍ଗାରେ ଯୁବତୀଙ୍କୁ ବଳାକ୍ରାର

Get real time updates directly on you device, subscribe now.

ହରଭଙ୍ଗା,(ବି.ବି.ନୁ୍ୟଜ୍): ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଏକଦା ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାକ୍ରାର କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର ଆଠଦିନ ପରେ ପୀଡ଼ିତା ଜଣକ ଏଭଳି ଅଭିଯୋଗ ଆଣିଛନ୍ତି । ପୁଲିସ ଏହି ଘଟଣାରେ ସ୍ଥାନୀୟ ଖଳିସାହି ଗାଁର ଅଭିଯୁକ୍ତ ଅଭିମନୁ୍ୟ କଅଁର(୪୬)ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ପତ୍ନୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।
୨୦୦୯ ମସିହାରେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚର୍ଚ୍ଚିିତ ସଂପୃକ୍ତ ଯୁବତୀ ହରଭଙ୍ଗା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ଗତ ୯ତାରିଖ ଦିନ ୧୦ଟାରେ ଖଳିସାହି ଗାଁର ଅଭିମନୁ୍ୟ କଅଁରଙ୍କ ପୁଅ ସାରସ୍ୱତ ଏକ ନଡିଆ ଧରି ଆସି ତାଙ୍କ ପାଖରେ ପହଞ୍ଚିଥିଲା । ନଡିଆ ଛୁଇଁ ନିୟମ କର ତୁ ମୋ ବାପାକୁ ଭଲ ପାଇଛୁ କି ନାହିଁ ବୋଲି ସାରସ୍ୱତ ତାଙ୍କୁ ପଚାରିଥିଲା । ଉତ୍ତରରେ ସେ କାହାକୁ ଭଲ ପାଇନାହିଁ, କାହିଁକି ନିୟମ କରିବି ବୋଲି କହିଥିଲା । ସାରସ୍ୱତ ତାଙ୍କୁ ଗାଳିଗୁଲଜ କରି ଚାଲିଯାଇଥିଲା । ସେହିଦିନ ରାତି ପ୍ରାୟ ୧୨ଟାରେ ଅଭିମନୁ୍ୟ କଅଁର ଆସି ‘ମୋ ପୁଅକୁ ତୁ କ’ଣ କହିଛୁ ତତେ ଦେଖିନେବି’ କହି ଘରୁ ତାଙ୍କୁ ଟେକିନେଇ ସ୍କୁଲ ନିକଟସ୍ଥ ଏକ ବରଗଛ ମୂଳରେ ବଳକ୍ରାର କରିଥିଲା ବୋଲି ଯୁବତୀଜଣକ ଏତଲାରେ ଦର୍ଶାଇଛନ୍ତି । ଘଟଣା ସମୟରେ ସେଠାରେ ଅଭିମନୁ୍ୟଙ୍କ ପତ୍ନୀ ଲୁଚି ରହିଥିଲା । ପତିପତ୍ନୀ ଦୁହେଁ ମିଶି ତାଙ୍କୁ ଠେଙ୍ଗାରେ ବାଡେଇ ଥିଲେ ଏବଂ ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ । ଏହି କାରଣରୁ ବଳାକ୍ରୃତା ଯୁବତୀ ଜଣକ କାହାକୁ କିଛି ନକହି ଭୟଭୀତ ଅବସ୍ଥାରେ ରହୁଥିଲେ । ବାହାରେ ରହୁଥିବା ସଂପୃକ୍ତ ଯୁବତୀଙ୍କ କକାପୁଅ ଗୁରୁବାର ଘରକୁ ଆସିବା ପରେ ଯୁବତୀ ଜଣକ ସବୁ କଥା କହିଥିଲେ । ଆଜି ସକାଳେ ହରଭଙ୍ଗା ଥାନାକୁ ଯାଇ ଯୁବତୀଜଣକ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି ।
ଉଲ୍ଲେଖନୀୟ, ୨୦୦୯ ମସିହାରେ ହରଭଙ୍ଗାର ଏହି ଯୁବତୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚର୍ଚ୍ଚାରେ ଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚହଳ ପଡିଥିଲା । ରାଜ୍ୟ ସରକାର ଏହା ଜାଣିବା ପରେ ପ୍ରଶାସନ ସହାୟତାରେ ସଂପୃକ୍ତ ଯୁବତୀଙ୍କ ଚିକିତ୍ସା କରାଯାଇଥିଲା । ଦୁଇମାସ ଚିକିତ୍ସା ପରେ ଯୁବତୀ ଜଣକ ୬୦ ପ୍ରତିଶତ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲେ । ପରେ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ଘରକୁ ଆସି ରହୁଥିଲେ । ସରକାରଙ୍କ ପକ୍ଷରୁ ତାଙ୍କୁ ଭତ୍ତା, ଘର ଆଦି ଯୋଗାଇ ଦିଆଯାଇଛି । ଏବେ ସେ ପର ଘରେ ମୂଲ ଲାଗିବା ସହ ଛେଳି ଚରାଇ ପେଟ ପୋଷୁଛନ୍ତି । ଏଭଳି ଘଟଣା ତାଙ୍କୁ ଶକ୍ତ ମାନସିକ ଆଘାତ ଦେଇଛି । ଏପରିକି ୨୦୧୭/୧୮ ମସିହାରେ ମଧ୍ୟ ଅଭିମନୁ୍ୟ ବଳକ୍ରାର କରିଥିବା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons