ହରଭଙ୍ଗା, ପୁରୁଣାକଟକ ହାଇସ୍କୁଲରେ ମୋ ସ୍କୁଲ୍ ଓ ୫ଟି ପ୍ରଚଳନ

Get real time updates directly on you device, subscribe now.

ହରଭଙ୍ଗା, (ବି.ବି.ନୁ୍ୟଜ): ସଂପ୍ରତି ବୌଦ୍ଧ ଜିଲ୍ଲା ର ୬ଟି ହାଇସ୍କୁଲ ମଧ୍ୟରୁ ହରଭଙ୍ଗା ବ୍ଲକର ହରଭଙ୍ଗା ନୋଡାଲ ହାଇସ୍କୁଲ ଓ ପୁରୁଣାକଟକ ହାଇସ୍କୁଲରେ ସରକାରଙ୍କ ୫ଟି ଯୋଜନା କାଯ୍ୟକାରୀ ହେବାକୁ ଯାଉଛି । ଏହି ପରିପେକ୍ଷୀରେ ଉଭୟ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ନୁତନ ପ୍ରଣାଳୀ ଅନୁଯାଇ କିପରି ଶିକ୍ଷାଦାନର ସମ୍ଭବ ହେବ ତାହା ସଂପର୍କରେ ବୁଝାଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଉପ ଜିଲ୍ଲାପାଳ ଅଶ୍ୱୀନି ମେହେର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ବିଇଓ ଦେବରାଜ୍ ପ୍ରଧାନ, ୯ ନମ୍ବର୍ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ହରଭଙ୍ଗା ସରପଞ୍ଚ ସୁମଞ୍ଜିଲାଲ୍, ସମିତିସଭ୍ୟ ଦିନେଶ ସାହୁ, ପୁରାତନ ଛାତ୍ର ଦିନେଶ ସାହୁ, ସୁରେନ୍ଦ୍ର ପ୍ରଧାନ, ଲବ ଦାସ୍, କୃଷ୍ଣ ଚନ୍ଦ୍ର ସିଂ, ବଟକୃଷ୍ଣ ପ୍ରଧାନ, ସାମ୍ବାଦିକ ଚିତ୍ତରଂଜନ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ପୁରୁଣାକଟକ ଉଚ୍ଚ ବିଦ୍ୟାଳୟରେ ମଧ୍ୟ୍ୟ ଏକ ସାଧାରଣ ସଭା ଅନୁÂିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons