ହରିଦାସପୁର ଭିଏଲ୍ଡବ୍ଲୁ୍ୟ ମୃତୁ୍ୟ ଘଟଣା:ହତ୍ୟା ନୁହେଁ ଆତ୍ମହତ୍ୟା: ଏସ୍ପି

Get real time updates directly on you device, subscribe now.

ଧର୍ମଶାଳା,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଭିଏଲ୍ଡବ୍ଲୁ୍ୟ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ଘଟଣାର ୭୨ ଘଣ୍ଟା ପରେ ମୃତୁ୍ୟକୁ ନେଇ ଚାଲିଥିବା ନାନା ଆଲୋଚନା ଉପରେ ଜବନିକା ପଡ଼ିଛି । ଏହା ହତ୍ୟା ନୁହେଁ ଆତ୍ମହତ୍ୟା । ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓ ସ୍ମିତା ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ମଧୁର ସମ୍ପର୍କ ହିଁ ଆତ୍ମହତ୍ୟାର କାରଣ ବୋଲି ଯାଜପୁର ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ସ୍ପଷ୍ଟ କରିଛନ୍ତି । ଆତ୍ମହତ୍ୟ ପରେ ଅଟକ ୫ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରକୁ ଆଜି ପୁଲିସ ଗିରଫ କରିବା ପରେ ଅପରାହ୍ଣରେ କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ପୂର୍ବରୁ ଧର୍ମଶାଳା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ରୂପେଶଙ୍କ ବୟାନ ସହ ପୁଲିସର ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ଚାଲିଥିବା ତଦନ୍ତକୁ ଭିତ୍ତି କରି କହିଥିଲେ ଯେ, ସ୍ମିତାର ମୃତୁ୍ୟ ହତ୍ୟା ଜନିତ ନୁହେଁ ଏହା ଆତ୍ମହତ୍ୟା ।
ଏସ୍ପିଙ୍କ ସୂଚନା ମୁତାବକ, ରୂପେଶ ଓ ସ୍ମିତା ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା । ସେମାନେ ସମ୍ପର୍କର ବନ୍ଧନରେ ଖୁବ ନିକଟତର ହୋଇଥିଲେ । ଉଭୟ ପରିବାର ମଧ୍ୟରେ ମଧ୍ୟ ସୁସମ୍ପର୍କ ରହିଥିଲା । ସ୍ମିତା ଓ ରୂପେଶ ସାଙ୍ଗ ହୋଇ ଭୁବନେଶ୍ୱର ସହ ବିଭିନ୍ନ ସ୍ଥାନ ବୁଲାବୁଲି ଓ ମାର୍କେଟିଂ କରିଛନ୍ତି । ଘଟଣା ଦିନ ଉଭୟ ସାଙ୍ଗ ହୋଇ ଭତ୍ତା ବାଣ୍ଟିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଅତିଥି ଭାବନକୁ ଆସିଥିଲେ । ରୂପେଶଙ୍କ ମୋବାଇଲ୍ ହ୍ୱାଟ୍ସ ଆପ୍ରେ ସରପଞ୍ଚ ମଧୁସ୍ମିତାଙ୍କ ଫଟୋକୁ ନେଇ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଓ ଯୁକ୍ତିତର୍କ ହୋଇଥିଲା । ଉତ୍ତ୍ୟକ୍ତ ହୋଇ ସ୍ମିତା ଆତ୍ମହତ୍ୟାର ଧମକ ଦେବାରୁ ରୂପେଶ ଯାହା କରିବା କଥା କର ବୋଲି କହି ତାଙ୍କୁ ପେଲି ଦେଇଥିଲେ । ସ୍ମିତା ସଙ୍ଗେ ସଙ୍ଗେ ଉପର ମହଲାକୁ ଯାଇ ଭିତରପଟୁ କବାଟ ଦେଇ ଫ୍ୟାନରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ରୂପେଶ ଭାବିନଥିଲା ଯେ ସ୍ମିତା ଆତ୍ମହତ୍ୟା କରିଥିବେ । କିଛି ସମୟ ପରେ ଉପର ମହଲାକୁ ଯାଇ କବାଟ ବାଡେ଼ଇବାରୁ ଓ ଜବାବ ନମିଳିବାରୁ କବାଟକୁ ଶାବଳ ସାହାଯ୍ୟରେ ତାଡ଼ିଥିଲେ । ଭିତରେ ସ୍ମିତା ଫ୍ୟାନ୍ରେ ଝୁଲୁଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।
ଗେଷ୍ଟ ହାଉସ୍ରେ ଲାଗିଥିବା ସିସି ଟିଭି ଫୁଟେଜକୁ ପୁଲିସ ଜବତ କରିଛି । ଏହା ଯାଞ୍ଚ ଓ ତଦନ୍ତ ଚାଲିଛି । ଘଟଣାସ୍ଥଳରେ ଆଉ କିଏ ଉପସ୍ଥିତ ଥିଲେ ଜଣାପଡ଼ିବ ବୋଲି ଏସ୍ପି ଶ୍ରୀ ମୀନା ସୂଚନା ଦେଇଛନ୍ତି । ସ୍ମିତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ଆତ୍ମହତ୍ୟା ପାଇଁ ରୂପେଶ ସ୍ମିତାକୁ ଉତ୍ସାହିତ କରିଥିବାରୁ ୩୦୬ ଦଫାରେ ତାକୁ କୋର୍ଟ ଚାଲାଣ କରାଯାଇଛି । ତଦନ୍ତ ଜାରି ରହିଛି । ଯଦି ଆଉ କିଏ ସଂପୃକ୍ତ ଥା’ନ୍ତି ତେବେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଶ୍ରୀ ମୀନା ପ୍ରକାଶ କରିଛନ୍ତି ।
ଏହାକୁ ବିଜେପି ଗ୍ରହଣ କରିପାରିନାହିଁ । ଏ ନେଇ ସନ୍ଧ୍ୟାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁÂିତ ହୋଇଥିଲା । ସ୍ମିତାଙ୍କ ହତ୍ୟାକୁ ଯେଉଁ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ଏସ୍ପିଙ୍କ ମନଗଢ଼ା କାହାଣୀ ବୋଲି ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଅଭିଯୋଗ କରିଛନ୍ତି । ବିଜେପି ଅଭିଯୋଗ କରିଛି ଯେ, ରୂପେଶର କଥାକୁ ଏସ୍ପି ନିଜ ମୁହଁରେ ପ୍ରକାଶ କରିଛନ୍ତି । ଶାସକ ଦଳର ଚାପରେ ଘଟଣାକୁ ରଫାଦଫା କରିବା ପାଇଁ ପୁଲିସ କାମ କରୁଛି । ଏଥି ପାଇଁ ଆମେ ସିବିଆଇ ତଦନ୍ତ ଦାବି କରୁଛୁ । ଏଥି ସହ ୨୧ ତାରିଖରେ ଯାଜପୁର ଜିଲ୍ଲା ବନ୍ଦ ଡାକରା ଦେଇଛୁ ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି ।
ଅପରପକ୍ଷେ ପୁଲିସର ସ୍ମିତା ମୃତୁ୍ୟ ସମ୍ପର୍କରେ ଏକପାଖିଆ ତଥା ମିଥ୍ୟା ବୟାନକୁ ବାପା ସଦାନନ୍ଦ ବିଶ୍ୱାଳ ଗ୍ରହଣ କରି ପାରି ନାହାନ୍ତି । ତାକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ଓ ଏ ନେଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମ ଆଗରେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons