ହରିୟାଣ ବିଧାନସଭା ନିର୍ବାଚନ: ହାରିଲେ କମନଓ୍ବେଲଥ୍ ଗୋଲ୍ଡ ମେଡାଲିଷ୍ଟ ରେସଲର ବବିତା ଫୋଗାଟ୍

Get real time updates directly on you device, subscribe now.

ହରିୟାଣ: ନିକଟରେ ହରିୟାଣ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଏଥିସହ ନର୍ବାଚନୀ ଫଳାଫଳ ମଧ୍ୟ ବାହାରି ସାରିଛି। ହରିୟାଣର ଗୌତମ ବୁଦ୍ଧ ନଗର ଜିଲ୍ଲାର ଦାଦ୍ରୀ ବିଧାନସଭା ଆସନ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ବିଶେଷ କରି ରେସଲର ବବିତା ଫୋଗାଟଙ୍କ ନେଇ ବେଶ ଚର୍ଚ୍ଚା ଚାଲିଛି।
ଦାଦ୍ରୀ ବିଧାନସଭା ଆସନରେ ଭାରତୀୟ ଜନତା ଦଳରୁ କମନଓ୍ବେଲଥ୍‌ ଗେମ୍ସର ଗୋଲ୍ଡ ମେଡାଲିଷ୍ଟ ରେସଲର୍‌ ବବିତା ଫୋଗାଟ୍‌ ନିର୍ବାଚନ ଲଢ଼ୁଥିଲେ। ସେହିପରି ବହୁଜନ ସାମାଜ ପାର୍ଟରୁ ବକ୍ସି ସାଇନୀ, ବିକାଶ ଇଣ୍ଡିଆ ପାର୍ଟରୁ ଲଖନ ସିଂହ, ଇଣ୍ଡିଆ ନ୍ୟାସନାଲ ଲୋକ୍‌ ଦଳରୁ ନୀତିନ ପାଲ ଜଙ୍ଘୁ, ସ୍ବାରାଜ ଇଣ୍ଡିଆ ପାର୍ଟିରୁ ସଞ୍ଜିବ୍‌ ଗୋଦରା ଓ ଜନନାୟକ ଜନ୍ତା ପାର୍ଟିରୁ ସତପାଲ ସଙ୍ଗଓ୍ବାନ ଓ ରାଷ୍ଟ୍ରୀୟ ଜନତା ଦଳରୁ ସୁରେନ୍ଦ୍ର ସିଂହ ନିର୍ବାଚନ ଲଢ଼ୁଥିଲେ।
ଚଳିତ ନିର୍ବାଚନାରେ ବବିତା ଏତେ ଭଲ ପ୍ରଦର୍ଶନ କରି ପାରିନଥିଲେ। ଯାହାଫଳରେ ବବତା ଜନନାୟକ ଜନତା ପାର୍ଟିର ସତପାଲଙ୍କୁ ପରାସ୍ତ ହୋଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons