ୁବନେଶ୍ୱର,(ବି.ବି.ବ୍ୟୁରୋ): ସମଗ୍ର ଓଡିଶାରେ କେଉଁ ଅଞ୍ଚଳରେ କେଉଁସବୁ ଓ କେତେଜଣ ହସ୍ତଶିଳ୍ପ କାରିଗର କାର୍ଯ୍ୟ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏହା ୫ଟି ଜିଲ୍ଲା ଯଥା କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁବର୍ଣ୍ଣପୁର, ସମ୍ବଲପୁରରେ ଏହି ସର୍ଭେ କାମ କରାଯିବ । ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ସ୍ଥିରୀକୃତ ହୋଇଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ଟୋଲ ଫ୍ରି ନମ୍ବର(୧୮୦୦-୩୪୫-୭୧୬୩) ମଧ୍ୟ ଜାରି କରାଯାଇଛି । ଏହି ନମ୍ବର ଗଣନାକରୀ ଓ ହସ୍ତଶିଳ୍ପୀମାନଙ୍କର ଯେକୌଣସି ପ୍ରକାର ଅନୁସନ୍ଧାନରେ ସହାୟକ ହେବ । ଓଆର୍ଏସ୍ଏସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଜିଆଇଏସ୍ ସମ୍ବଳିତ ମୋବାଇଲ ଆପ୍ସର ‘କୃତି’ ସହାୟତାରେ ଏହି କାମ କରାଯିବ । ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଏହି ଗଣନା କାର୍ଯ୍ୟର ସମସ୍ତ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି । ଗଣନାକଳରୀମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରାଯିବ ।
ଏଣୁ ରାଜ୍ୟରେ କାର୍ଯ୍ୟରତ ସମସ୍ତ ହସ୍ତଶିଳ୍ପ କାରିଗରମାନଙ୍କୁ ଅନୁରୋଧ କରାଯାଇଛି ସେମାନେ ଏହି ଗଣନା କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀମାନଙ୍କୁ ସେମାନଙ୍କର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ଉକ୍ତ ଗଣନା କାର୍ଯ୍ୟରେ ସହଯୋଗ କରିବେ । ଏଥିରେ କୌଣସି ଅସୁବିଧା ହେଲେ କିମ୍ବା କୌଣସି ଗଣନାକାରୀ ଆପଣଙ୍କ ପାଖରେ ନ ପହଞ୍ଚିଲେ ଦେୟମୁକ୍ତ ଟେଲିଫୋନ୍ ନମ୍ବର ସହାୟତାରେ ନିଜର ନାମ ରେଜିଷ୍ଟର କରାଇ ପାରିବେ । ଆବଶ୍ୟକ ସ୍ଥଳେ ନିକଟସ୍ଥ ଜିଲ୍ଲା ଶିଳ୍ପ କେନ୍ଦ୍ର/ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ତଥା ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟର ସହଯୋଗ ନେଇ ପାରିବେ ।
ରାଜ୍ୟରେ କାର୍ଯ୍ୟରତ ସମସ୍ତ ହସ୍ତଶିଳ୍ପ କାରିଗରମାନଙ୍କର ଏକ ଗଣନା ୨୦୦୧-୦୨ ମସିହାରେ କରାଯାଇଥିଲା । ସେ ସମୟେରେ ପାଖାପାଖି ୧ ଲକ୍ଷ ୨୯ ହଜାର ୯୫୮ ଜଣ କାରିଗରଙ୍କୁ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ କାର୍ଯ୍ୟରତ କାରିଗରଙ୍କ ସଂଖ୍ୟାଓ ସ୍ଥିତି ଆକଳନ କରି ଯୋଜନାଗୁଡିକର ସଫଳ ରୂପାନ୍ତର କରିବା ନିମନ୍ତେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଏହି ଗଣନା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏନେଇ ସୋମବାର ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍, ବିଭାଗୀୟ ସଚିବ ଶୁଭା ଶର୍ମା, ପ୍ରଫୁଲ୍ଲ ମଲ୍ଲିକ, ହସ୍ତଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ, ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.