ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ:କରୋନା ସଂକ୍ରମିତ ଫେରିପାରିବେନି ଓଡ଼ିଶା

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଓଡ଼ିଶା ବାହାରେ ରହୁଥିବା ପ୍ରବାସୀଙ୍କ ମଧ୍ୟରୁ ଯେଉଁମାନେ କରେନା ସଂକ୍ରମିତ ହୋଇନଥିବେ ଅର୍ଥାତ୍ ଯେଉଁମାନଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିବ କେବଳ ସେମାନେ ହିଁ ଓଡ଼ିଶାକୁ ଫେରିପାରିବେ । ରାଜ୍ୟରେ ପ୍ରବାସୀଙ୍କ ପାଇଁ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶା ହାଇକୋର୍ଟ ଆଜି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଛନ୍ତି । ଯେଉଁମାନେ ଓଡ଼ିଶା ଫେରିବା ପାଇଁ ଅପେକ୍ଷା କରି ରହିଛନ୍ତି, ଓଡ଼ିଶା ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସେମାନଙ୍କର କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ । ଓଡ଼ିଶା ଫେରନ୍ତା ଯେଭଳି କରୋନା ସଂକ୍ରମିତ ହୋଇନଥିବେ ରାଜ୍ୟ ସରକାର ଏହା ନିଶ୍ଚିନ୍ତ କରିବା ଦରକାର ବୋଲି ହାଇକୋର୍ଟ ତାଙ୍କ ନିଦେ୍ର୍ଧଶରେ ସ୍ପଷ୍ଟ କରିଛନ୍ତି । ସମାଜସେବୀ ନାରାୟଣ ଜେନାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣିରେ ଆବଶ୍ୟକ ଅନ୍ତରୀଣ ନିଦେ୍ର୍ଧଶ ଜାରି କରାଯିବ ବୋଲି ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
ଆବେଦନକାରୀ ଶ୍ରୀ ଜେନା ନିଜ ପିଟିସନ୍ରେ ଦର୍ଶାଇଥିଲେ, ବର୍ତ୍ତମାନ ପରିସ୍ଥିତିରେ ପ୍ରବାସୀ ଓଡ଼ିଆଙ୍କୁ ଅଣାଗଲେ ଏହା ରାଜ୍ୟରେ କରୋନା ସଂକ୍ରମଣ ବଢ଼ାଇବ । ଏବେ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବାରୁ ସେଠାରୁ ରାଜ୍ୟକୁ ପ୍ରବାସୀମାନେ ଆସିଲେ ଆମ ରାଜ୍ୟରେ ସଂକ୍ରମଣ ଆଶଙ୍କା ବଢ଼ିବ । ସାମାଜିକ ଦୂରତ୍ୱ ନିୟମ ଓ କଟକଣା ଉଲ୍ଲଂଘନ ହେବ । ଏଣୁ କଟକଣାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ବର୍ତ୍ତମାନ ରାଜ୍ୟକୁ ନ ଆଣି ସେହିଠାରେ ହିଁ ଆର୍ଥିକ ସହାୟତା ଯୋଗାଇ ଦେଇ ଥଇଥାନ କରାଇବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ ।
ଆଜି ଏହି ମାମଲାର ଶୁଣାଣିବେଳେ ବରିÂ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଯୁକ୍ତି ରଖି ଦର୍ଶାଇଥିଲେ, ବର୍ତ୍ତମାନ ଯେଉଁମାନଙ୍କୁ ଓଡ଼ିଶା ସରକାର ରାଜ୍ୟକୁ ଫେରାଇ ଆଣୁଛନ୍ତି ସେମାନଙ୍କର କେବଳ ଏକ ସ୍କି୍ରନିଂ କରାଯାଇ ଅଣାଯାଉଛି । ଯାହା କୋଭିଡ୍ ପରୀକ୍ଷା ପାଇଁ ଯଥେଷ୍ଟ ନୁହେଁ । ଏହାର ଉପଯୁକ୍ତ ପରୀକ୍ଷା ହେବା ଦରକାର । ନଚେତ୍ ଏମାନେ ଯେଉଁ ବସ୍ ବା ଟ୍ରେନ୍ ଯୋଗେ ଆସିବେ ସେଥିରେ କରୋନା ସଂକ୍ରମଣ ହେବାର ବହୁ ଆଶଙ୍କା ରହିଛି । ଦ୍ୱିତୀୟରେ ସେମାନେ ରାଜ୍ୟରେ ପହଞ୍ଚିବା ପରେ ଏଠାରେ ମଧ୍ୟ ପରିସ୍ଥିତି ଅଧିକ ବିଗିଡ଼ି ଯିବାର ଆଶଙ୍କା ରହିଛି । ଏପରିକି ଗତ ଦୁଇ ତିନି ଦିନ ମଧ୍ୟରେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ଥିବା ଦେଖାଯାଇଛି । କେବଳ ପ୍ରବାସୀଙ୍କ ପାଇଁ ଗ୍ରୀନ୍ ଜୋନ୍ରେ ଥିବା କେତୋଟି ଜିଲ୍ଲା ଏବେ ଅରେଞ୍ଜ ଅବା ରେଡ୍ ଜୋନ୍ ହୋଇସାରିଲାଣି । ପ୍ରବାସୀଙ୍କୁ ନେଇ ରାଜ୍ୟବାସୀ ଏବେ ଆତଙ୍କିତ ଅବସ୍ଥାରେ । ତେଣୁ ପ୍ରବାସୀମାନେ ରାଜ୍ୟକୁ ଫେରିବା ପାଇଁ ଗାଡ଼ି ଚଢ଼ିବା ପୂର୍ବରୁ ରାଜ୍ୟ ସରକାର ସେଇଠାରେ ସେମାନଙ୍କର ପ୍ରଥମେ କୋଭିଡ୍ ଟେଷ୍ଟ କରିବା ପରେ ଯାଇ ଓଡିଶାକୁ ଫେରିବାକୁ ଅନୁମତି ଦେବା ଉଚିତ୍ । ଯେଉଁମାନଙ୍କର କୋଭିଡ୍ ପରୀକ୍ଷାରେ ନେଗେଟିଭ୍ ଆସିବ ସେହିମାନଙ୍କୁ କେବଳ ଓଡ଼ିଶାକୁ ଅଣାଯାଉ ବୋଲି ଶ୍ରୀ ରାଉତରାୟ ଯୁକ୍ତି ରଖିଥିଲେ । ଅପରପକ୍ଷରେ ଅନେକ ପ୍ରବାସୀ ଟ୍ରେନ୍ ଯୋଗେ ନଆସି ବସ୍ ଯୋଗେ ବାହାର ରାଜ୍ୟରୁ ଫେରୁଛନ୍ତି । ଯାହାକି ଗ୍ରହଣୀୟ ନୁହେଁ । ବସ୍ରେ ଅଳ୍ପ ସିଟ୍ରେ ଅଧିକ ଲୋକ ଆସୁଛନ୍ତି । ଏଥିରେ ଆସିବା ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ।
ରେଳବାଇ କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁଯାୟୀ, ୫୦୦କିମି ଦୂରବର୍ତ୍ତୀ ଅଞ୍ଚଳରୁ ସେମାନେ ଟ୍ରେନ୍ ଯୋଗେ ପ୍ରବାସୀମାନଙ୍କୁ ଆଣିବାର ବ୍ୟବସ୍ଥା କରିପାରିବେ । ତେଣୁ ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ ଆଦି ରାଜ୍ୟରୁ ଯେଉଁ ପ୍ରବାସୀମାନେ ଫେରିବେ ସେମାନଙ୍କୁ କେବଳ ଟ୍ରେନ୍ ଯୋଗେ ଆଣିବା ପାଇଁ ରେଳବାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ରାଉତରାୟ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରି ଉପରୋକ୍ତ ନିଦେ୍ର୍ଧଶ ଦେଇଛନ୍ତି । ମାମଲା ପରିଚାଳନାବେଳେ ଆବେଦନକାରୀ ଶ୍ରୀ ଜେନା ମଧ୍ୟ ଭିଡିଓ କନ୍ଫରେନ୍ସିଂ ହଲ୍ରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons