ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ରାଜ୍ୟ ସରକାର ଏକ ଆଦର୍ଶ ନିଯୁକ୍ତିଦାତା ହିସାବରେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବା କଥା । ଯଦି ଜଣେ କର୍ମଚାରୀ ତାଙ୍କ ଚାକିରିରେ ୬ବର୍ଷ ପୂରଣ କରୁଛନ୍ତି ତାହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ନିୟମିତ ବା ରେଗୁଲାର୍ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।
ଚାକିରି କାଳ ୧୫ବର୍ଷ ପୂରଣ କରିଥିଲେ ମଧ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ(ପୁରୁଷ)ଙ୍କୁ ନିୟମିତ ବା ରେଗୁଲାର୍ କରାଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିଦେ୍ର୍ଧଶନାମାକୁ ବିରୋଧ କରି ନୟାଗଡର କିଛି ସ୍ୱାସ୍ଥ୍ୟକର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଉକ୍ତ ନିଦେ୍ର୍ଧଶନାମା ଆଇନତଃ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିବା ସହ ତାହାକୁ ରଦ୍ଧ କରି ଦେଇଛନ୍ତି । ଏଥିସହ ଯେଉଁମାନେ ୬ବର୍ଷ ଚାକିରି କାଳ ପୂରଣ କରିଛନ୍ତି ସେମାନଙ୍କୁ ନିୟମିତ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାନସରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବିଦୁ୍ୟତ୍ ରଞ୍ଜନ ଷଡଙ୍ଗୀ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍ଓ)ଙ୍କ ପକ୍ଷରୁ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ୟାନ୍ୟ କିଛି ଠିକା ପଦବି ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ୨୦୦୬ରେ ଏହିସବୁ ପଦବି ଲାଗି ଚୟନ କମିଟି ଅନୁମୋଦନ କରିଥିଲା । ନିୟମିତ ପଦବି ସ୍ଥାନରେ ଏହି ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଇତିମଧ୍ୟରେ ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କ ପଦବିରେ ୧୫ବର୍ଷ ପୂରଣ କରି ସାରିଛନ୍ତି । ୨୦୦୮ ଏବଂ ୨୦୧୩ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିଷ୍ପତ୍ତି ନିଆଗଲା ଯେ, ଫାର୍ମାସିଷ୍ଟ, ଷ୍ଟାଫ୍ନର୍ସ, ଟେକ୍ନିସିଆନ୍, ରେଡିଓଗ୍ରାଫର ଯେଉଁମାନେ କି’ ୬ବର୍ଷ ପୂରଣ କରିଥିବେ ସେମାନଙ୍କୁ ନିୟମିତ କରାଯିବ । କିନ୍ତୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଏଥିରୁ ବାଦ୍ ଦିଆଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ସ୍ୟାଟ୍ରେ ମାମଲା ରୁଜୁ କରିଥିଲେ । ସ୍ୟାଟ୍ ଏହି ଆବେଦନକୁ ଗ୍ରହଣ କରି ୬ବର୍ଷ ପୂରଣ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହି ଆଦେଶ ପରେ କେତେକ ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରାଯାଇଥିଲାବେଳେ ରାଜ୍ୟ ସରକାର ସ୍ୟାଟ୍ ଆଦେଶ ବିରୋଧରେ ହାଇକୋର୍ଟରେ ରିଟ୍ ଫାଇଲ୍ କରିଥିଲେ । ଅପରପକ୍ଷରେ ୨୦୨୦ ନଭେମ୍ବର ୨୭ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ସିଡିଏମ୍ଓଙ୍କୁ ଏକ ଚିଠି କରାଯାଇ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ ପାଇଁ ଦିଆଯାଇଥିବା ଆଦେଶକୁ ବାତିଲ୍ ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି କହିଛନ୍ତି ଯେ, ଯଦି ରାଜ୍ୟ ସରକାର ପାରା ମେଡିକାଲ ଷ୍ଟାଫ୍ ହିସାବରେ ଫାର୍ମାସିଷ୍ଟ, ଷ୍ଟାଫ୍ନର୍ସ, ଟେକ୍ନିସିଆନ୍, ରେଡିଓଗ୍ରାଫରଙ୍କୁ ୬ବର୍ଷ ପୂରଣ ପରେ ନିୟମିତ କରିଛନ୍ତି ତାହେଲେ ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରିବାରୁ ବଞ୍ଚିତ କରିବା ଲାଗି ଯେଉଁସବୁ କାରଣ ଦର୍ଶାଯାଇଛି ତାହା କେବେ ବି ଗ୍ରହଣୀୟ ନୁହେଁ । ଏପରିକି ଏହି ସ୍ୱାସ୍ଥ୍ୟକର୍ମୀମାନେ ପାରା ମେଡିକାଲ କର୍ମଚାରୀ ନୁହଁନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରେ କୌଣସି ବଳିÂ ଯଥେଷ୍ଟ ଯୁକ୍ତି ନାହିଁ । ତେଣୁ ରାଜ୍ୟ ସରକାରଙ୍କ ଦ୍ୱାରା ଏସଂକ୍ରାନ୍ତରେ ଜାରି ନିଦେ୍ର୍ଧଶାବଳୀ ସ୍ୱେଚ୍ଛାଚାରିତା ଏବଂ ମନମୁଖୀ ଭାବେ କରାଯାଇଛି । ଟ୍ରିବୁ୍ୟନାଲଙ୍କ ଆଦେଶ ବିରୋଧରେ ରାଜ୍ୟ ସରକାର କରିଥିବା ମାମଲା ହାଇକୋର୍ଟରେ ଖାରଜ ହେବାପରେ ପୁଣି ରାଜ୍ୟ ସରକାର ୨୦୨୦ ନଭେମ୍ବର ୨୭ ତାରିଖରେ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କରାଯାଇ ପାରିବ ନାହିଁ ବୋଲି ଆଉ ଏକ ନିଦେ୍ର୍ଧଶନାମା ଜାରି କରିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ନିଦେ୍ର୍ଧଶନାମାକୁ ରଦ୍ଧ କରିବା ସହ ଯେବେଠାରୁ ଆବେଦନକାରୀମାନେ ୬ବର୍ଷ ପୂରଣ କରିଛନ୍ତି ସେବେଠାରୁ ସେମାନଙ୍କୁ ରେଗୁଲାର୍ କର୍ମଚାରୀ ହିସାବରେ ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons