ହାଇଟେକ୍ ହେବ ବିଧାନସଭା, ଆପାର୍ଟମେଣ୍ଟରେ ରହିବେ ବିଧାୟକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଧାନସଭା ହେବ ହାଇଟେକ୍ । ବିଧାନସଭା ପରିସରରେ ମିଳିବ ୱାଇଫାଇ ସେବା । ଗୃହର ବିବରଣୀ ହେବ ଡିଜିଟାଇଜେସନ୍ । ଗୃହକୁ ମଧ୍ୟ ଅତ୍ୟାଧୁନିକ ରୂପ ଦିଆଯିବ । ସେହିପରି ବିଧାୟକଙ୍କ ପାଇଁ ନିର୍ମାଣ ହେବ ଚକାଚକ୍ ଆପାର୍ଟମେଣ୍ଟ । ଯେଉଁଠି ଜିମ୍ଠୁ ନେଇ ଜଗିଙ୍ଗ୍ ଟ୍ରାକ୍ ଯାଏଁ ସବୁ କିଛି ସୁବିଧା ମିଳିବ । କମୁ୍ୟନିଟି ସେଣ୍ଟର, କନଫରେନ୍ସ ହଲ୍ ଓ କଲ୍ୟାଣ ମଣ୍ଡପ ମଧ୍ୟ ରହିବ । ଏହି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପକୁ ରୂପ ଦେବା ପାଇଁ ବର୍ତ୍ତମାନର ୟୁନିଟ୍-୪ ଏମ୍ଏଲ୍ଏ କଲୋନିର କେତେକ ଅଂଶ ଭଙ୍ଗାଯିବ ।
ଏମ୍ଏଲ୍ଏ କଲୋନିରେ ପ୍ରସ୍ତାବିତ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏହି ବୈଠକରେ ପୂର୍ତ୍ତ ସଚିବ ଡା. କ୍ରିଷନ କୁମାର ଓ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ଏସ୍.ଆର୍.ସେଠୀ ବାଚସ୍ପତିଙ୍କୁ ଏହି ପ୍ରକଳ୍ପ ବାବଦରେ ବିସ୍ତୃତ ଭାବେ ଅବଗତ କରାଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ପ୍ରସ୍ତାବିତ ଆପାର୍ଟମେଣ୍ଟକୁ ୭ ମହଲା ବିଶିଷ୍ଟ କରିବା ଯୋଜନା ଅଛି । ଏଥିପାଇଁ ବର୍ତ୍ତମାନର ଏମଏଲ୍ଏ କଲୋନିର କେତେକ ଅଂଶକୁ ଭାଙ୍ଗି ଜାଗା ଖାଲି କରାଯିବ । ଆପାର୍ଟମେଣ୍ଟରେ ସମସ୍ତ ବିଧାୟକଙ୍କ ପାଇଁ ଘର ରହିବ । ମୋଟ ୧୫୦ଟି ଟାଇପ୍-୭ ଫ୍ଲାଟ୍ ନିର୍ମାଣ ହେବ । ଆପାର୍ଟମେଣ୍ଟରେ ଅତ୍ୟାଧୁନିକ ଲିଫ୍ଟ ସେବା ଉପଲବ୍ଧ ରହିବ । ପରବର୍ତ୍ତୀ ସମୟରେ ଏମଏଲଏ କଲୋନିର ଅବଶିଷ୍ଟ ଅଂଶ ଭାଙ୍ଗି ସେଠାରେ ବିଧାନସଭା କର୍ମଚାରୀଙ୍କ ପାଇଁ ଆପାର୍ଟମେଣ୍ଟ ନିର୍ମାଣ ହେବ । ସୂଚନାଯୋଗ୍ୟ, ବିଧାୟକମାନଙ୍କ ପାଇଁ ବହୁତଳ କୋଠା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପ୍ରସ୍ତୁତ କରିଥିବା ଡିପିଆରକୁ ଅନୁମୋଦନ ମିଳିଯାଇଛି ।
ବିଧାନସଭା ବିଲ୍ଡିଂର ମଧ୍ୟ ଆଧୁନିକୀକରଣ କରାଯିବ । ବିଧାନସଭା ଗୃହକୁ ନୂଆ ରୂପ ଦିଆଯିବ । ଏଥିରେ ଆଧୁନିକ ବୈଷୟିକ କୌଶଳ ଯୁକ୍ତ ଯନ୍ତ୍ରପାତି ସଂଯୋଗ କରାଯିବ । ବିଧାନସଭା ଲାଇବ୍ରେରୀ କୋଠାର ସମ୍ପ୍ରସାରଣ କରାଯିବ । ବିଧାନ ସୌଧର ସ୍ଥାୟୀ ଆଲୋକୀକରଣ ପାଇଁ ମଧ୍ୟ ଶୀଘ୍ର ପଦକ୍ଷେପ ନିଆଯିବ । ଏସବୁ କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ପୂର୍ତ୍ତ ବିଭାଗକୁ ବାଚସ୍ପତି ଡ. ପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।
ବିଧାନସଭାକୁ ନୂଆ ରୂପ ଦେବା ସହ ଏହାକୁ ହାଇଟେକ୍ କରାଯିବ । ବିଧାନସଭା ଗୃହ ବିବରଣୀର ଡିଜିଟାଇଜେସନ ସମ୍ପର୍କିତ ସମୀକ୍ଷା ବୈଠକ ମଧ୍ୟ ଆଜି ବସିଥିଲା । ଏହା ସହ ନ୍ୟାସନାଲ୍ ଇ-ବିଧାନ ଆପ୍ଲିକେସନ୍ (ଏନ୍ଭିଏ)ର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ଯୋଜନା ଅନୁଯାୟୀ ବିଧାନସଭା ଗୃହ ଓ ପରିସରକୁ ସମ୍ପୂର୍ଣ୍ଣ ୱାଇଫାଇ କରାଯିବ । ଓସ୍ୱାସ୍ (ଓଡ଼ିଶା ସେକ୍ରେଟାରିଏଟ୍ ୱାର୍କ ଫ୍ଲୋ ଅଟୋମେସନ୍ ସିଷ୍ଟମ) ସଫ୍ଟୱେୟାର ପ୍ରଚଳନ ହେବ । ଗୃହର ବିବରଣୀକୁ ସମ୍ପୂର୍ଣ୍ଣ ଜିଜିଟାଇଜେସନ୍ କରାଯିବ । ଏଣିକି ବିଧାନସଭା ବିବରଣୀକୁ ଜିଜିଟାଇଜ୍ କରି ବିଧାୟକଙ୍କ ପାଖକୁ ସେମାନଙ୍କ ଅବଗତି ପାଇଁ ପଠାଯିବ । ବିଧାନସଭା ବିବରଣୀକୁ ଏନଭିଏ ପୋର୍ଟାଲରେ ଅପଲୋଡ୍ କରାଯିବ । ଏଥିପାଇଁ ଆଉ କାଗଜ ଦରକାର ପଡ଼ିବ ନାହିଁ । ଏ ନେଇ ବିଧାନସଭା କର୍ମଚାରୀଙ୍କୁ ଯଥାଶୀଘ୍ର ଓକାକ୍ରେ କମ୍ପୁ୍ୟଟର ପ୍ରଶିକ୍ଷଣ ଦିଆଯିବ । ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଇଟି ବିଭାଗ, ଓକାକ୍ ଓ ଏନଆଇସିକୁ ବାଚସ୍ପତି ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons