ହାଇଦ୍ରାବାଦ, ରାୟପୁର ବିମାନ ବନ୍ଦରରେ ଏୟାର୍ ଇଣ୍ଡିଆକୁ ମିଳିବନି ଇନ୍ଧନ

Get real time updates directly on you device, subscribe now.

ନୂଆଦିଲ୍ଲୀ:ସେପ୍ଟେମ୍ବର ୬ରୁ ହାଇଦ୍ରାବାଦ ଏବଂ ରାୟପୁର ବିମାନ ବନ୍ଦରରେ ଏୟାର୍ ଇଣ୍ଡିଆକୁ ଇନ୍ଧନ ଯୋଗାଇବେନି ତୈଳ ମାର୍କେଟିଂ କମ୍ପାନି(ଓଏମ୍ସି) । ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ଉପରେ ଓଏମ୍ସିଗୁଡିକର ପ୍ରଚୁର ବକେୟା ରହିଛି । ଏହାକୁ କମ୍ପାନି ପରିଶୋଧ କରୁ ନ ଥିବାରୁ ତୈଳ କମ୍ପାନିଗୁଡିକ ଏହାକୁ ଇନ୍ଧନ ଯୋଗାଣ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଏୟାର୍ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, ଇନ୍ଧନ ଯୋଗାଣ ବନ୍ଦ ହେଲେ ଏହା ହାଇଦ୍ରାବାଦରୁ ଏବଂ ହାଇଦ୍ରାବାଦକୁ ଉଡାଣ ବନ୍ଦ କରିବ । ରାୟପୁରରୁ ତଥା ରାୟପୁରକୁ ମଧ୍ୟ ଚଳାଚଳ ବନ୍ଦ ହେବ । ସୂଚନାଯୋଗ୍ୟ ଏଠାରୁ ଅନେକ ଅନ୍ତର୍ଜାତୀୟ ଉଡାଣ ଭରୁଛି ଏୟାର୍ ଇଣ୍ଡିଆ ।
ଅଗଷ୍ଟ ୨୨ରୁ ଏୟାର୍ ଇଣ୍ଡିଆକୁ କୋଚି, ମୋହାଲି, ପୁଣେ, ରାଞ୍ଚି, ପାଟଣା ଏବଂ ବିଶାଖାପାଟଣା ବିମାନ ବନ୍ଦରରେ ଇନ୍ଧନ ଯୋଗାଣ ବନ୍ଦ କରାଯାଇଛି ।
ଏୟାର୍ ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନି ଉପରେ ତୈଳ କମ୍ପାନିଗୁଡିକର ବକେୟା ରାଶି ୪,୬୦୦ କୋଟି ଟଙ୍କା ଥିଲା । ଜୁଲାଇ ୩୧ରେ ଏହା ୪,୩୦୦ କୋଟି ଟଙ୍କାକୁ ହ୍ରାସ ପାଇଛି । ବକେୟା ବାବଦ କମ୍ପାନି ତୈଳ କମ୍ପାନିଗୁଡିକୁ ଦୈନିକ ୧୮ କୋଟି ଟଙ୍କା ପରିଶୋଧ କରୁଥିବା ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons