ଜୟପୁର,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ହାଟପଦା ବସ୍ତିରେ ଡ୍ରେନ ସୁବିଧା ନାହଁ । ଫଳରେ ଦୂଷିତ ପାଣି ଠିକ୍ରେ ନିଷ୍କାସିତ ହୋଇପାରୁନି । ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି ବସ୍ତିବାସିନ୍ଦା । ବର୍ଷା ପୂର୍ବରୁ ଡ୍ରେନ ନିର୍ମାଣ କରାନଗଲେ ସେମାନେ ଅଧିକ ହନ୍ତସନ୍ତ ହେବେ । ଏ ଦିଗରେ ପୌର ପ୍ରଶାସନ ଦୃଷ୍ଟିଦେଇ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ୍ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।
ହାଟପଦା ବସ୍ତିବାସିନ୍ଦା କହିଛନ୍ତି, ସେମାନଙ୍କ ଅଞ୍ଚଳରେ ୧୦୦ରୁ ଅଧିକ ପରିବାର ରହୁଛନ୍ତି । ଅଧିକାଂଶ କୁଲିମଜୁରୀ କରି ବଞ୍ଚୁଛନ୍ତି । ପୌରସଂସ୍ଥା ପକ୍ଷରୁ ୨ ବର୍ଷ ହେଲା ଜମିପ;ା ଦିଆଯାଇଛି । ପ;ା ମିଳିବା ପରେ ଧାର କରି ଲୋକେ ଘର ନିର୍ମାଣ କରୁଛନ୍ତି । କିନ୍ତୁ ବଡ ସସମ୍ୟା ହେଲା ଡ୍ରେନ । ପୌରସଂସ୍ଥା ପକ୍ଷରୁ ଡ୍ରେନ କରାଯାଉନଥିବାରୁ ଘରୁ ବାହାରୁଥିବା ପାଣି ଠିକ୍ ଭାବେ ନିଷ୍କାସିତ ହୋଇପାରୁନି । ସ୍ଥାନୀୟ ଚର୍ଚ୍ଚ ନିକଟରେ ପାଣି ଜମା ହୋଇ ରହୁଛି । ପାଣି ଜମା ହୋଇରହୁଥିବାରୁ ଦୁର୍ଗନ୍ଧ ବାହାରୁଛି । ବର୍ଷା ଦିନେ ସମସ୍ୟା ଅଧିକ ଜଟିଳ ହେବ । ମାତ୍ର ୧୦୦ ମିଟର ଲମ୍ବର ଡ୍ରେନ କରିଦେଲେ ଏହି ସମସ୍ୟା ଦୂର ହୋଇଯିବ । କିନ୍ତୁ ଆଜି ପର୍ଯ୍ୟନ୍ତ ପୌରସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି ।
Comments are closed, but trackbacks and pingbacks are open.