ହାଟ ବନ୍ଦ, ହାଟୁଆ ହଇରାଣ

Get real time updates directly on you device, subscribe now.

ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉମରକୋଟ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସହରର ସୋମବାର ସାପ୍ତାହିକ ହାଟକୁ ବନ୍ଦ କରାଯାଇଛି । ଏହି ଖବର ଜାଣି ନପାରି ହାଟକୁ ଆସିଥିବା କେତେକ ବ୍ୟବସାୟୀ ହଇରାଣ ହୋଇଛନ୍ତି ।
ସକାଳୁ ହାଟକୁ ଆଖପାଖ ଅଞ୍ଚଳର ଚାଷୀଙ୍କ ସମେତ ବ୍ୟବସାୟୀ ଆସିଥିଲେ । ହାଟ ବନ୍ଦ ଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ହାଟର ଦୁଇଟି ଯାକ ଫାଟକକୁ କମିଟି ପକ୍ଷରୁ ସିଲ୍ କରାଯାଇଥିଲା । ବାହାର ଗାଁରୁ ପନିପରିବା ଧରି ବିକ୍ରି ଉଦେ୍ଧଶ୍ୟରେ ହାଟକୁ ଆସିଥିବା କେତେଜଣ ବ୍ୟବସାୟୀ ରାସ୍ତା କଡରେ ବସି କିଛିଟା ବିକ୍ରିବଟା କରିଥିଲେ । ହାଟକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଏହି ହାଟ ଉପରେ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଆଖପାଖ ଗାଁ ଲୋକେ ନିର୍ଭର କରିଥାନ୍ତି । ଦୂରଦୂରାନ୍ତରରୁ ଲୋକେ ଆସି ଏଠାରୁ ସେମାନଙ୍କ ଆବଶ୍ୟକ ସାମଗ୍ରୀ କିଣିଥାନ୍ତି । ଲୋକେ ଏକପ୍ରକାର ହାଟକୁ ସପ୍ତାହ ସାରା ଚାହିଁ ରହିଥାନ୍ତି । ସଂକ୍ରମଣ ରୋକିବାକୁ କୋଭିଡ ନିୟମ ମାନିବା, ମାସ୍କ ବ୍ୟବହାର କରିବା, ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons