ଉମରକୋଟ,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା ପାଇଁ ଲଜ୍ଜାଜନକ ଖବର । ଜଣେ ବିବାହିତା ଯୁବତୀଙ୍କ ମୁହଁ ଓ ହାତ ବାନ୍ଧି ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ । ଆଉ ଏହି ଘଟଣାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋଦ୍ ଯୁବତୀଙ୍କ ସ୍ୱାମୀ । ସ୍ୱାମୀଙ୍କ ସହ ୪ଜଣ ମିଶି ଯୁବତୀଙ୍କୁ ବଳାକ୍ରାର କରିଥିବା ଅଭିଯୋଗ ହୋଇଛି । ଉମରକୋଟ ଥାନାରେ ଲିଖିତ ଅଭିଯୋଗ ହେବାର ଦୁଇଦିନ ପରେ ବି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇନି ପୁଲିସ୍ । ଏଣେ ଗୁରୁତର ଅସୁସ୍ଥ ପୀଡ଼ିତା ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଆଜି ପୁଲିସ୍ ପକ୍ଷରୁ ତାଙ୍କର ଡାକ୍ତରୀ ମାଇନା ପାଇଁ ପଦକ୍ଷେପ ନିଆଯାଇଛି । ଏଭଳି ଅମାନୁଷିକ ଘଟଣା ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ପୀଡ଼ିତାଙ୍କ ଅଭିଯୋଗ, ପୁଲିସ୍ ତାଙ୍କ ଏତଲାକୁ ସେତେଟା ଗମ୍ଭୀରତାର ସହ ବିଚାରକୁ ନେଇନାହିଁ । ସମବେଦନା କି ସହାନୁଭୂତି ଜଣାଇବା ପରିବର୍ତ୍ତେ ପୁଲିସ୍ ତାଙ୍କୁ ଦେଖି ହସୁଛି । ନ୍ୟାୟ ପାଇଁ ଏସ୍ପି ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
ପୀଡ଼ିଙ୍କ ଏତଲା ଅନୁଯାୟୀ, ଗତବର୍ଷ ସେ ଉମରକୋଟ ବ୍ଲକ୍ ଚଢେଇଗୁଡା ଗାଁର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ପରିବାର ଲୋକଙ୍କ ଅଜାଣତରେ ବାହା ହୋଇଥିବାରୁ ବାପଘର ଲୋକେ ସମ୍ପର୍କ କାଟି ଦେଇଥିଲେ । ଏମିତିକି ସ୍ୱାମୀଙ୍କ ସହ ସେ ଶାଶୂଘରକୁ ଯିବା ବେଳେ ସେମାନେ ବି ଘରେ ପୂରାଇ ନଥିଲେ । ଏହାପରେ ଉଭୟ ରାଇଘର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ବିବାହର ମାତ୍ର ମାସକ ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ତାଙ୍କୁ ଘରୁ ବାହାର କରି ଦେଇଥିଲେ ସ୍ୱାମୀ । ଏହାପରେ ସେ ସ୍ୱାମୀଙ୍କ ବିରୋଧରେ ରାଇଘର ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଉପସ୍ଥିତିରେ ଆପୋଷ ବୁଝାମଣା ହୋଇଥିଲା । ଏହାପରେ ସେ ସ୍ୱାମୀଙ୍କୁ ବେଲ୍ବଣ୍ଡରେ ବାହାର କରିଥିଲେ । ତଥାପି ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଲା । ଅତିÂ ହୋଇ ପୀଡ଼ିତା ଥରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗତ ୧୩ ତାରିଖ ସନ୍ଧ୍ୟାରେ ତାଙ୍କୁ ବୁଲି ଯିବାକୁ କହିଥିଲେ ସ୍ୱାମୀ । ପ୍ରଥମେ ଉମରକୋଟ ଆଣିଥିଲେ । ସେଠାରୁ ୟୁଭି-୫୨ରେ ଥିବା ସରକାରୀ ଫାର୍ମ ଭିତର ପୋଖରୀ ପାଖକୁ ନେଇଥିଲେ ରାତି ପ୍ରାୟ ୯ଟା ବେଳେ । କେତେକ ସାଙ୍ଗ ଓ ବାନ୍ଧବୀ ଆସିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛି ସମୟ ଅପେକ୍ଷା କରିବା ପରେ ଏକ ନାଲି ରଙ୍ଗର ବାଇକ୍ରେ ସେଠାରେ ପହଞ୍ଚିଥିଲେ ୩ଜଣ ଯୁବକ । ସ୍ୱାମୀଙ୍କ ସହ ମିଶି ସେମାନେ ତାଙ୍କ ମୁହଁ ଓ ହାତ ବାନ୍ଧି ଦେଇଥିଲେ । ପରେ ସମସ୍ତେ ମିଶି ତାଙ୍କୁ ବଳାକ୍ରାର କରିଥିଲେ ।
ପାଶବିକ ଅତ୍ୟାଚାରର ଶିକାର ହେବା ପରେ ତାଙ୍କ ଚେତା ବୁଡ଼ିଯାଇଥିଲା । ପରଦିନ ଭୋର୍ ପ୍ରାୟ ୫ଟା ବେଳେ ଚେତା ଫେରିଥିଲା । ବହୁ କଷ୍ଟରେ ଅଭିଯୁକ୍ତମାନଙ୍କ କବଳରୁ ଖସି କୌଣସି ପ୍ରକାରେ ପହଞ୍ଚିଥିଲେ ଉମରକୋଟ ଥାନାରେ । ଥାନା ଆଗରେ ସେ ପଡ଼ି ଯାଇଥିଲେ । ପୁଲିସ୍ ତାଙ୍କୁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି । ଟିକିଏ ସୁସ୍ଥ ହେବା ପରେ ଗତ ୧୭ ତାରିଖରେ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକ୍ରମେ ପୁଲିସ୍ ଦଫା ୩୪୭(ଡି) ଏବଂ ୩୪୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ୟୁ.କେ. ସାହୁ କହିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୀଡିତା କହିଛନ୍ତି, ପୁଲିସ୍ ତାଙ୍କ ଅଭିଯୋଗକୁ ସେତେଟା ଗୁରୁତ୍ୱ ଦେଉନି । ଅଭିଯୋଗର ଦୁଇଦିନ ପରେ ବି ଧରାପଡି ନାହାନ୍ତି ଜଣେ ହେଲେ ଅଭିଯୁକ୍ତ । ତଥାପି ଗୁରୁତର ଅସୁସ୍ଥ ହୋଇ ମଧ୍ୟ ସେ ନ୍ୟାୟ ପାଇଁ ଲଢୁଛନ୍ତି । ପ୍ରେମ ବିବାହ କରିଥିବାରୁ ବାପଘର ଲୋକେ ଭେଟିବାକୁ ଆସୁ ନାହାନ୍ତି । ଏଭଳି ସ୍ପର୍ଶକାତର ଘଟଣା ପରେ ତାଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡିଛି । କୁଆଡେ଼ ଯିବେ, କେମିତି ବଞ୍ଚିବେ ଥଳକୂଳ ପାଉ ନାହାନ୍ତି । ତାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.