ହାତୀବାରିଗୁଡ଼ାରେ ଜବରଦଖଲ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଦିନକୁ ଦିନ ବଢିଚାଲିଛି ଜବରଦଖଲ । ଗୋଟିଏ ପରେ ଗୋଟିଏ ସରକାରୀ ଜାଗା ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି । ବ୍ରାହ୍ମଣୀଗାଁ, ଜିଲ୍ଲା ଶିଳ୍ପକେନ୍ଦ୍ର କାର୍ଯ୍ୟାଳୟ ପଛଭାଗ, ଏଲ୍ଆଇସି କାର୍ଯ୍ୟାଳୟ ନିକଟରେ ଜବରଦଖଲ ବଢୁଥିବା ବେଳେ ଏବେ ପିନାକୀ ସଂରକ୍ଷଣ ଜଙ୍ଗଲ ଅଞ୍ଚଳ ହାତୀବାରିଗୁଡାରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ କେତେକ ବ୍ୟକ୍ତି ଜବରଦଖଲ କରି ଗାର ଟାଣି ସଂରକ୍ଷଣ କରି ନିଜର ବୋଲି ଦାବି କରୁଛନ୍ତି । ଆଉ କେତେଜଣ ଘର ନିର୍ମାଣ କରିଛନ୍ତି ଏବଂ ଫାଉଣ୍ଡେସନ ପକାଇ ରଖିଛନ୍ତି । ଏସବୁ ଅଞ୍ଚଳ ରାଜସ୍ୱ ବିଭାଗ ନା ସଂରକ୍ଷିତ ଜଙ୍ଗଲରେ ଯାଉଛି, ସେ ସମ୍ପର୍କରେ କେହି ସ୍ପଷ୍ଟ କରିପାରୁନାହାନ୍ତି । ଫରେଷ୍ଟର ଦୁର୍ଯେ୍ୟାଧନ ଗଣ୍ଡ କହିଛନ୍ତି, ତାଙ୍କ ଦେହ ଅସୁସ୍ଥ ରହିଛି । ବନ କର୍ମଚାରୀଙ୍କୁ ପଠାଇ ଏହା ଦେଖିବେ । ପ୍ରକୃତରେ ଏହି ଅଞ୍ଚଳ କାହା ଅଧୀନରେ ଯାଉଛି ଜଣାପଡିବ । ଯଦି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥାଏ ଏବଂ କେହି ଅକ୍ତିଆର କରିଥାନ୍ତି, ଜବରଦଖଲ ଉଚ୍ଛେଦ କରିବା ସହ ଆଇନ ଅନୁସାରେ କାର୍ଯ୍ୟାନୁÂାନ ନେବେ । ଅନ୍ୟପକ୍ଷରେ ଉମୁରୀ ରାଜସ୍ୱ ନିରୀକ୍ଷକ ଅଜିତ କୁମାର ସାହୁ କହିଛନ୍ତି, ସେ ନୂତନ ଭାବେ ଦାୟିତ୍ୱ ନେଇଛନ୍ତି । ମ୍ୟାପ ଦେଖିବା ପରେ ଏହା ସ୍ପଷ୍ଟ ହେବ, ଜବରଦଖଲ ଅଞ୍ଚଳ କାହାର । ଏହା ଜାଣିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ।
ପୌରସଂସ୍ଥାର ଡମ୍ପିଂ ୟାର୍ଡ ନିକଟରେ ରହିଛି ପିନାକୀ ସଂରକ୍ଷିତ ଜଙ୍ଗଲ । ଏହି ଜଙ୍ଗଲକୁ ଲାଗି ରହିଛି ହାତୀବାରିଗୁଡା ଗାଁ । ସଂରକ୍ଷିତ ଜଙ୍ଗଲରେ ପିଆଶାଳ ଗଛ ଲଗାଯାଇଛି । ହାତିବାରୀଗୁଡାକୁ ଯାଇଥିବା ରାସ୍ତା କଡରେ ଥିବା ଅଞ୍ଚଳକୁ ଛାଡିଦିଆଯାଇଛି । ଏହି ଖାଲିଜାଗା ଉପରେ ଏବେ ଜବରଦଖଲକାରୀଙ୍କ ନଜର ପଡ଼ିଛି । ସହର ପାଖରେ ଥିବାରୁ ଏହି ଖାଲି ଜାଗାକୁ କବଜା କରିବାକୁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଯିଏ ଯେତିକି ପାରିଲା ସଂରକ୍ଷଣ କରିବା ଆରମ୍ଭ କରିଦେଇଛନ୍ତି । କେତେକ ଇଟାକାନ୍ଥରେ ଘର ନିର୍ମାଣ କରିସାରିଲେଣି । ଆଉ କେତେଜଣ ଫାଉଣ୍ଡେସନ ପକାଇଛନ୍ତି । ସୁବିଧା ଦେଖି ଘର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏବେଠାରୁ ଯଦି ରାଜସ୍ୱ ବିଭାଗ କିମ୍ବା ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ଖାଲିଥିବା ବଳକା ଜାଗା ଆଉ ରହିବ ନାହିଁ । ଜବରଦଖଲକାରୀଙ୍କ କବଜାକୁ ଚାଲିଯିବ । ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons