ହାତୀ ଆକ୍ରମଣରେ ଜଣେ ଗୁରୁତର

Get real time updates directly on you device, subscribe now.

ଆଠଗଡ଼, (ବି.ବି.ନୁ୍ୟଜ୍): ଆଠଗଡ ବନଖଣ୍ଡରେ ପୁଣି ମାତିଲେ ହାତୀପଲ । ଖୁଣ୍ଟୁଣୀ ରେଞ୍ଜର ବଳିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ବଳିପୁର ଗାଁର ସନ୍ତୋଷ ସାମଲ । ଆଜି ଭୋରରୁ ଶୌଚ ପାଇଁ ଯିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ତେବେ ଜଙ୍ଗଲ ଛାଡି ଏବେ ହାତୀପଲ ଗାଁ ମୁହାଁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons