ସାନଖେମୁଣ୍ଡି: ଫସଲ ଜଗିବାକୁ ଯାଇଥିଲେ । ହାତୀ ଆକ୍ରମଣରେ ସିଙ୍ଗିପୁର ଗ୍ରାମର ଦେବରାଜ ସାହୁ(୫୮) ଓ ସନ୍ତୋଷ ସାହୁ (୫୦) ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ଦିଗପହଣ୍ଡି ବନ ବିଭାଗ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତ ହରିଣା ଗ୍ରାମର ସୁଳିଆ ପାହାଡ଼ ନିକଟରେ । ଆହତଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି ।
ବୁଧବାର ଭୋର ସମୟ । ଫସଲ ଜଗିବାକୁ ଯାଉଥିଲେ ଦେବରାଜ, ସନ୍ତୋଷ ଏବଂ ଆଉ କେତେକ ଗ୍ରାମବାସୀ । ଜଙ୍ଗଲ ନିକଟ ହେବାରେ ହାତୀ ହାବୁଡ଼ି ଯାଇଥିଲେ । ୪ଟିକିଆ ହାତୀପଲ ସେମାନଙ୍କୁ ଗୋଡ଼ାଇ ଥିଲା । ହାତୀ ଦେବରାଜଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ସେହିପରି ସନ୍ତୋଷ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର ଦିଗପହଣ୍ଡି ଡାକ୍ତରଖାନାକୁ ନେଇଛନ୍ତି । ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଦିଗପହଣ୍ଡି ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ସରକାର ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରେଞ୍ଜର କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.