ହାତୀ ଆକ୍ରମଣରେ ଯୁବକ ଗୁରୁତର

Get real time updates directly on you device, subscribe now.

ଦିଗପହଣ୍ଡି,(ବି.ବି.ନୁ୍ୟଜ): ଆଜି ମଧ୍ୟାହ୍ନରେ ଧାନ କାଟିବାକୁ ଯାଇଥିଲେ ଯୁବକ । ମାତ୍ର ଫେରିବା ସମୟରେ ହାତୀ ହାବୁଡ଼ରେ ପଡ଼ିଗଲେ । ଶୁଣ୍ଢରେ ଟେକି ଯୁବକଙ୍କୁ କଚାଡ଼ି ଦେଲା ହାତୀ । ଗୋଡ଼ରେ ଦଳି ଦେବାକୁ ଯାଉଥିବାବେଳେ ଗ୍ରାମବାସୀ ଦେଖି ଘଉଡ଼ାଇବା ସହ ଯୁବକ ଜଣଙ୍କ କୌଶଳକ୍ରମେ ଖସିଯାଇଥିଲେ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତରେ । ଗୁରୁତର ଆହତ ଯୁବକ ଜଣଙ୍କ ଚଢେ଼ୟାଗର୍ଦ୍ଧ ଆଦିବାସୀ ଗ୍ରାମର ସୁରେନ୍ଦ୍ର ମଳିକ । ତାଙ୍କୁ ଦିଗପହଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଚାଙ୍ଗୁଡିଦେଇ ପାହାଡ଼ ଛାଡ଼ି କେରାଣ୍ଡିମାଳ ପାହାଡ଼ରେ ଆସ୍ଥାନ ଜମେଇଛନ୍ତି ୧୨ ଟିକିଆ ହାତୀପଲ । ଦିନକୁ ଦିନ ଏହି ହାତୀପଲ ହିଂସ୍ର ହେବାରେ ଲାଗିଛନ୍ତି । ସୁରେନ୍ଦ୍ର ଗାଁ ଉପରମୁଣ୍ଡରେ ଥିବା ଜମିକୁ ଧାନ କାଟିବାକୁ ଯାଇଥିଲେ । ଏହି ସମୟରେ ହାତୀପଲ ସମତଳ ଅଞ୍ଚଳକୁ ଖସୁଥିଲେ । ହାତୀ ଓ ସୁରେନ୍ଦ୍ର ମୁହାଁମୁହିଁ ହୋଇଯାଇଥିଲେ । ଯୁବକଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ଫିଙ୍ଗିଦେବା ପରେ ଗୋଡ଼ରେ ଦଳିଦେବା ପାଇଁ ଉଦ୍ୟମ କରୁଥିଲା । ଏଭଳି ଆକ୍ରମଣର ଦୃଶ୍ୟ ଦେଖି ଆଖପାଖରେ ଥିବା ଆଦିବାସୀ ଲୋକମାନେ ହୋହଲ୍ଲା କରିବାରୁ ହାତୀପଲ ପୁଣି ଜଙ୍ଗଲକୁ ଫେରିଛନ୍ତି । ଯୁବକ ଜଣକ ପ୍ରାଣ ବିକଳରେ ଘଟଣା ସ୍ଥଳରୁ ଖସିଆସି ଜୀବନ ବଞ୍ଚେଇବାରେ ସକ୍ଷମ ହୋଇଛନ୍ତି । ମାତ୍ର ଗୁରୁତର ରହିଥିଲେ ।
ଏନେଇ ବନ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀ ଖବର ଦେଇଥିଲେ । ଘଟଣା ଘଟିବାର ଦୁଇଘଣ୍ଟା ବିତିଯାଇଥିଲେ ମଧ୍ୟ ବନବିଭାଗର କୌଣସି କର୍ମଚାରୀ ଘଟଣା ସ୍ଥଳରେ ନପହଞ୍ଚିନଥିବା ଗ୍ରାମର ରନôାକର ମଳିକ ଅଭିଯୋଗ କରିଛନ୍ତି । ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ସୁରେନ୍ଦ୍ରଙ୍କୁ ଅଟୋରେ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ଆଣିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଏନେଇ ଲୋକମାନେ ସୁରେନ୍ଦ୍ରକୁ ଅଟୋ ଭଡ଼ା କରି ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି ।
ଏହି ହାତୀପଲ ଗତ ୬ ଦିନ ହେଲା ଚଢେୟାଗର୍ଦ୍ଧ ଗ୍ରାମର ଉପର ମୁଣ୍ଡରେ ରହି ଉପଦ୍ରବ ଚଳାଇଛନ୍ତି । ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି । ସଂନ୍ଧ୍ୟା ହେଲେ ଏହି ହାତୀପଲ ଗାଁ ମୁହାଁ ହେଉଛନ୍ତି । ଫସଲ ନଷ୍ଟ କରୁଥିବାବେଳେ ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ ରହିଛି । ଚଢେୟାଗର୍ଦ୍ଧ ଗ୍ରାମର ସୁବାଷ ମଳିକ, ରନôାକର ମଳିକ, ଅଭିମନୁ୍ୟ ମଳିକ, ନଟବର ମଳିକ, ସବିତା ମଳିକ, ଗୁରୁନାଥ ମଳିକ, ଗୁରୁବାରୀ ମଳିକ, ଉଲ୍ଲା ମଳିକ, ବାଙ୍କ ମଳିକ, ଶିବ ମଳିକ, ବିସୁନୁ ମଳିକ, ଭଗବାନ ମଳୀକ, ଡମ୍ବୁରୁ ମଳିକଙ୍କ ଜମିରେ ଥିବା କଟା ଧାନ କଳେଇ ଖାଇବା ସହ ନଷ୍ଟ କରିଦେଇଛନ୍ତି ହାତୀ । ତପ ମଳିକର ଅମଳ ହୋଇଥିବା ୧୨ ବସ୍ତା ଧାନ ମଧ୍ୟ ନଷ୍ଟ କରିଦେଇଛନ୍ତି । ବନ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons