ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବ ୬ ଜଣିଆ କମିଟି

Get real time updates directly on you device, subscribe now.

ଭୁବନେଶ୍ୱର: ହାତୀଙ୍କୁ ହରପିସ୍ ସଂକ୍ରମଣ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ କମିଟି ଗଠନ ହୋଇଛି। ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି । ଖୁବଶୀଘ୍ର ଏହାର ବୈଠକ ହେବ ବୋଲି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।
ସୂଚନା ଥାଉ କି, ନନ୍ଦନକାନନରେ ଗତ ଗତ ୧ ମାସ ଭିତରେ ହରପିସ୍‌ରେ ୪ ହାତୀଙ୍କ ମୃତ୍ୟୁ ଘଟିଲାଣି ଯାହା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ଅଗଷ୍ଟ ୨୫ ତାରିଖରେ ହାତୀ ‘ଜୁଲି’, ସେପ୍ଟେମ୍ବର ୧୫ରେ ‘ଚନ୍ଦନ’ ଏବଂ ୧୯ ତାରିଖରେ ‘କମଳା’ର ମୃତ୍ୟୁ ଘଟିଥିବାବେଳେ ଶେଷରେ ସେପ୍ଟେମ୍ବର ୨୦ ତାରିଖରେ ୭ ବର୍ଷର ଛୁଆହାତୀ ‘ଗୌରୀ’ର ମୃତ୍ୟୁ ଘଟିଥିଲା।
ଏଥିସହ ଜନ୍ତୁ ଓ ମଣିଷ ମଧ୍ୟରେ ଦେଖାଦେଇଥିବା ସଂଘର୍ଷ ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।ରାଜ୍ୟରେ ଥିବା ଏଗାର ହଜାର ବନ ସୁରକ୍ଷା ସମିତିକୁ ବଢାଯାଇ କୋଡିଏ ହଜାର କରାଯିବ। ଏଥିପାଇଁ ଟେକ୍ନୋଲଜିର ବ୍ୟବହାର କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons