ହାତୀ ଶାବକର ମୃତୁ୍ୟ

Get real time updates directly on you device, subscribe now.

ମାନେଶ୍ୱର, (ବି.ବି.ନୁ୍ୟଜ୍): ବିଶ୍ୱହସ୍ତୀ ଦିବସରେ ନୈରାଶ୍ୟଜନକ ଚିତ୍ର ଦେଖିବାକୁ ମିଳିଛି । ଗତ ମାର୍ଚ୍ଚ ୪ ତାରିଖରେ ସଦର ଓ ଧମା ରେଞ୍ଜ ବୋର୍ଡର ଅଞ୍ଚଳ ତଥା ଇଚ୍ଛାପାଳ ଗାଁ ନିକଟରେ ଏକ ଗୁଳିବିଦ୍ଧ ଦନ୍ତାର ଶବ ଉଦ୍ଧାର ହୋଇଥିବା ବେଳେ ଆଜି ଧମା ରେଞ୍ଜ ତବଲୋଇ ସଂରକ୍ଷିତ ଜଙ୍ଗଲ ତଥା ଗଡଲୁଇସିଂ ବିଟ୍ ଏଲବୋ ଗାଁ ନିକଟରୁ ଏକ ଅଣ୍ଡିରା ହାତୀ ଶାବକର ଶବ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ହାତୀ ଶାବକର ବୟସ ଅଢେ଼ଇ ରୁ ୩ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ସ୍ଥାନୀୟ ଏଲିଫେଣ୍ଟ ସ୍କ୍ୱାଡ୍ କର୍ମଚାରୀଙ୍କଠାରୁ ଖବର ପାଇ ଡିଏଫ୍ଓ ସଂଜିତ କୁମାର, ଆର୍ସିସିଏଫ୍ ଚିତ୍ତରଞ୍ଜନ ମିଶ୍ର, ରେଞ୍ଜର ଆଲୋକ ଷଡଙ୍ଗୀ, ଏସିଏଫ୍ ମଦନଲାଲ ଶର୍ମା ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚôଥିଲେ । ଅଧିକାରୀଙ୍କ ଉପସ୍ଥିତିରେ ଯୁଯୁମୁରା ଭିଏଏସ୍ ସତ୍ୟଜିତ ପଣ୍ଡା ଏବଂ ଷ୍ଟାପ ମୃତହାତୀ ଶାବକର ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟରୁ ହାତୀ ଶାବକର ପାଟିରୁ ଅନ୍ତଃନଳୀ ପର୍ଯ୍ୟନ୍ତ ପୋକରା ହୋଇଥିବା ଜଣାପଡିଛି । ଯାହା କୋବାଲଡିସିସ୍ ରୋଗ ବୋଲି କୁହାଯାଉଥିବା ରେଞ୍ଜର ଷଡଙ୍ଗୀ ପ୍ରକାଶ କରିଛନ୍ତି । ଏହାହିଁ ହାତୀ ଶାବକର ମୃତୁ୍ୟର କାରଣ ବୋଲି କୁହାଯାଉଛି । ବ୍ୟବଚ୍ଛେଦ କାର୍ଯ୍ୟ ପରେ ମୃତ ହାତୀଶାବକକୁ ନିୟମାନୁସାର ଏକ ଗର୍ତ୍ତରେ ପୋତିଦିଆଯାଇଛି । ସୂଚନାନୁସାରେ ଗତ କିଛିଦିନ ହେଲା ହାତୀ ଶାବକଟି ସ୍ଥାନୀୟ ଅଞ୍ଚଳରେ ଚଲାବୁଲା କରି ଆସୁଥିଲା । ଏପରିକି ୧୦ ତାରିଖରେ ହାତୀଟି ସ୍ଥାନୀୟ ଏକ ନାଳ ପାଖରେ ବୁଲୁଥିବାର ମଧ୍ୟ ସୂଚନା ରହିଛି । ସେତେବେଳୁ ସେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦୁର୍ବଳ ଦେଖାଯାଉଥିବାର ବନ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons