ହାତ ଧରାଧରି ହୋଇ ଚାଲିଗଲେ ଆଈ ଓ ନାତୁଣୀ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ଏମିତି ବି ଆସେ ମୃତୁ୍ୟ । ଘର ଆଗରେଟଣା ଯାଇଥିବା ତାରରେ ଲୁଗା ଶୁଖାଇବା ବେଳେ ବିଦୁ୍ୟତ୍ ଆଘାତରେ ଆଈ ଓ ନାତୁଣୀଙ୍କ ମୃତୁ୍ୟ ଘଟିଛି । ଏଭଳି ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି । ରାୟଗଡ଼ା ସହର ଉପକଣ୍ଠ ତୁମ୍ବିଗୁଡ଼ା ଗାଁର ବାଙ୍ଗାରମା ମାଣ୍ଡାଙ୍ଗି ଓ ତାଙ୍କ ୧୦ ବର୍ଷର ନାତୁଣୀ ତାପସ୍ୱନୀ ମାଣଡାଙ୍ଗି ନିଜ ଘରେ ଟଣାଯାଇଥିବା ତାରରେ ଲୁଗା ଶୁଖାଉଥିଲେ । ତେବେ ଉକ୍ତ ତାରଟି ବିଦୁ୍ୟତ୍ ସଂସ୍ପର୍ଶରେ ଆସିବାରୁ ଉଭୟେ ଚେତା ହରାଇ ତଳେ ପଡି ଯାଇଥିଲେ । ପରିବାର ଲୋକେ ଆଈ ଓ ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଓ ଗାଁ ଲୋକେ ମୃତଦେହ ଧରି ଘରକୁ ପଳାଇ ଆସିଥିଲେ । ଏନେଇ ମେଡିକାଲ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଗାଁରେ ପହଞ୍ଚô ମୃତଦେହ ଜବତ କରି ଆସିବାକୁ ଚେଷ୍ଟା କରିଥିଲା । ମାତ୍ର ଗାଁ ଲୋକେ ବିରୋଧ କରିଥିଲେ । ଯାହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ପୋଲିସ ନିରାଶ ହୋଇ ଫେରିଥିଲା । ଗାଁ ଲୋକେ ଶବ ସକ୍ରାର କରିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons