ହାନିକାରକ ନୁହେଁ ମଲ୍ଟି ଷ୍ଟାରର୍

Get real time updates directly on you device, subscribe now.

ବଲିଉଡ୍ରେ ଏଣ୍ଟ୍ରି କରିବା ମାତ୍ରେ ପ୍ରଥମ ଫିଲ୍ମରେ ଦର୍ଶକଙ୍କ ହୃଦୟରେ ରାଜ୍ କଲେ ଅଭିନେତ୍ରୀ ଫାତିମା ସନା ଶୈଖ । ଏବେ ଅନୁରାଗ ବାସୁଙ୍କ ଅପ୍କମିଙ୍ଗ ଫିଲ୍ମରେ ବ୍ୟସ୍ତ ଅଛନ୍ତି ଏହି ସୁନ୍ଦରୀ । ଏଥିରେ ତାଙ୍କ ସହ ମେନ୍ ଲିଡ୍ ଭାବେ ସ୍କ୍ରିନ୍ ଶେୟାର କରିଛନ୍ତି ରାଜକୁମାର ରାଓ । ଆଉ ଏକ ଫିଲ୍ମ ମ୍ମ ସାଇନ୍ କରିଛନ୍ତି, ଯାହାର କାହାଣୀ ପଢ଼ିବାରେ ସମୟ ଦେଉଛନ୍ତି । ଫିଲ୍ମର ଟାଇଟଲ୍ ‘ଭୂତ୍ ପୁଲିସ’ ଏବଂ ମୁଖ୍ୟ ଭୂମିକାରେ ଅଛନ୍ତି ସୈଫ୍ ଅଲି ଖାନ୍ ଓ ଅଲି ଫଜଲ । ବଲିଉଡ୍ର ନାମୀ କଳାକାର ଓ ନିର୍ଦ୍ଦେଶକଙ୍କ ସହ କାମ କରି ସାରିଥିବା ଫାତିମା ମଲ୍ଟି ଷ୍ଟାରର୍ ଫିଲ୍ମକୁ ନେଇ ବେଶ ଖୁସି ଥିବା କହିଛନ୍ତି । ଚମକ୍ରାର ଓ ଅଭିଜ୍ଞ କଳାକାରଙ୍କ ସହ ସିନେ ପରଦାରେ କାମ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟଶାଳୀ ବୋଲି କହିଛନ୍ତି । କାହାଣୀ ପସନ୍ଦ ହେବା ପରେ ଜଣେ କଳାକାର ଫିଲ୍ମ ସାଇନ୍ କରେ । ସେଥିରେ କେତେ ଜଣ ବିଗ୍ ଷ୍ଟାର ଅଛନ୍ତି, ତାହା ବଡ଼ କଥା ନୁହେଁ ବୋଲି ଫାତିମା କହନ୍ତି । ତାଙ୍କ ମତରେ, ବିଗ୍ ଷ୍ଟାରଙ୍କ ସହ କାମ କରିବା ଦ୍ୱାରା ଅଭିନୟ ଦକ୍ଷତାରେ ସୁଧାର ଆସିଥାଏ । ଅନୁରାଗ ବାସୁଙ୍କ ଫିଲ୍ମର ଭୋପାଳ ସୁଟିଂ ନିକଟରେ ଫାତିମା ଶେଷ କରିଛନ୍ତି । ବାସୁ ଓ ରାଜକୁମାରଙ୍କ ସହ ପ୍ରଥମ ଥର ଯୋଡ଼ି ହୋଇଥିବାରୁ ସେ ବହୁତ ଖୁସି ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons