ହାରିବ କରୋନା ! ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ମା ହୀରା ବେନ୍ ଦୀପ ଜାଳି ମହାମାରୀ ଲଢେଇରେ ଦେଶର ଏକତାକୁ ଦେଲେ ସମର୍ଥନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ ରବିବାର ରାତି ୯ ଟାରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଦେଶରେ ଦୀପାବଳି ପରି ମାହୋଲ। ଘରର ଲାଇଟ୍ ବନ୍ଦ ଏବଂ ଦୀପରେ ଉଦଭାସିତ ହେଉଛି ଆଲୋକ। ଦେଶରେ ଏକ ସଙ୍ଗେ କୋଟି କୋଟି ଜନତା ହାତରେ ମୋବାଇଲ ନେଇ ଫୋନର ଫ୍ଲାସ୍ ଲାଇଟ୍ ଜଲାଇଥିଲେ। କେଉଁଠି କେଉଁଠି ଶଙ୍ଖ, ଘଣ୍ଟ ବାଜୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା କୌଣସି ଉତ୍ସବ ନୁହଁ ବରଂ କରୋନା ଭାଇରସ୍ ଲଢେଇରେ ଭାରତୀୟଙ୍କ ଏକଜୁଟତାର ନିଦର୍ଶନ। କି ଜନତା, କି ମନ୍ତ୍ରୀ ସମସ୍ତେ ଦୀପ ଜଳାଇ ଏକତାର ପ୍ରଦର୍ଶନ କରିଥିଲେ।କରୋନା ଭାଇରସ୍ ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍ କ୍ରମେ ସମଗ୍ର ଦେଶବାସୀ ଆଜି ରାତି ୯ଟାରେ ୯ ମିନିଟ୍ ଯାଏଁ ନିଜ ଘରର ଲାଇଟ୍ ବନ୍ଦ କରି ବାଲକୋନୀ, ଛାତ ଉପରେ ଏବଂ ଘରର ଦ୍ଵାରରେ ଦୀପ, କ୍ୟାଣ୍ଡେଲ ଜଳାଇଛନ୍ତି। ମୋଦୀ କହିଥିଲେ ଯେ ଏଥିରେ ଦେଶରେ ଏକଜୁଟତାର ଭାବ ଦୃଢ ହେବ। ଏହା ସହିତ ଛାତ ଉପରେ ମଧ୍ୟ ଲୋକେ ମୋବାଇଲର ଫ୍ଲାସ୍ ଲାଇଟ୍ ଏବଂ ଟର୍ଚ୍ଚ ମଧ୍ୟ ଜାଳିଥିବା ଦେଖିବାକୁ ମିଳିଛି।ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ୍ ମଧ୍ୟ ଦୀପ ଜଳାଇ କରୋନା ଲଢେଇରେ ଦେଶବାସୀଙ୍କ ଏକଜୁଟତାକୁ ସମର୍ଥନ ଜଣାଇଛନ୍ତି। ସେ ଥାଳିରେ ଦୀପ ଜଳାଇ ହାତରେ ଧରିଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ନିଜର ପରିବାର ସହିତ ଦୀପ ପ୍ରଜ୍ଜ୍ଵଳନ କରିଛନ୍ତି। ସେହି ପରି ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦୀପ ଓ ମହମବତୀ ପ୍ରଜ୍ଜ୍ଵଳିତ କରିଛନ୍ତି।ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପତ୍ନୀ ଓ ପରିବାର ସହିତ ଦୀପ ଜାଳି କରୋନା ଭାଇରସ ଲଢେଇରେ ଦେଶର ଏକଜୁଟତା ପ୍ରତି କୃତଜ୍ଞତା ଅପର୍ଣ କରିଛନ୍ତି। ଏହା ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖରଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଦୀପ ଜଳାଇ କରୋନ ଲଢେଇରେ ନିଜର ଏକଜୁଟତା ପ୍ରଦର୍ଶନ କରିଛନ୍ତି।ଗ୍ରାମାଞ୍ଚଳଠୁ ନେଇ ସହର ମଧ୍ୟ ସମଗ୍ର ଦେଶରେ କିଛି ସମୟ ଦୀପାବଳିର ମାହୋଲ ଦେଖିବାକୁ ମିଳିଛି। ମୋଦୀଙ୍କ ଅପିଲକୁ ପାଳନ କରି ଜନତା ମଧ୍ୟ କରୋନା ଲଢେଇ ପାଇଁ ନିଜର ଏକଜୁଟତାର ସନ୍ଦେଶ ଦେଇଛନ୍ତି।ଆଜି ଘଣ୍ଟାରେ ରାତି ୯ଟା ନବାଜୁଣୁ ଦେଶର ସମସ୍ତ କୋଣ ଅନୁକୋଣରେ ଦୀପର ଆଲୋକ ପ୍ରଜ୍ଜ୍ଵଳିତ ହୋଇ ଉଠିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୯ଟା ୯ ମିନିଟ ପର୍ୟ୍ୟନ୍ତ ଘରର ଲାଇଟ୍ ବନ୍ଦ କରି ଦୀପ, ମୋହମବତୀ, ମୋବାଇଲ ଫୋନ ଓ ଫୋନର ଫ୍ଲାସ ଲାଇଟ୍ ଜଳାଇବାକୁ ଆହ୍ଵାନ କରିଥିଲେ।କଣ ଜନତା, କଣ ବିଶିଷ୍ଟ, କଣ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ ସମସ୍ତେ କରୋନା ଅନ୍ଧକାର ବିରୋଧରେ ଆଲୋକ ଜଳାଇଛନ୍ତି। ଦେଶର କୋଣ ଅନୁକୋଣରୁ ଏମିତି ଛବି ନଜର ଆସିଛି।
ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ମାର୍ଚ୍ଚ ୨୨ ତାରିଖରେ ଦେଶବାସୀଙ୍କ ଜନତା କର୍ଫ୍ୟୁର ପାଳନ କରିଥିଲେ। ଏହା ସହ ସନ୍ଧ୍ୟା ୫ଟାରେ କରୋନା ଲଢେଇ ଲଢୁଥିବା ଡାକ୍ତର, ନର୍ସ, ପୋଲିସକର୍ମ ଆଦିଙ୍କ ଉଦ୍ଦେଶ୍ୟରେ ତାଳି, ଥାଳି, ଘଣ୍ଟ ଓ ଶଙ୍ଖ ବଜାଇ କୃତଜ୍ଞତା ଜଣାଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons