ଭୁବନେଶ୍ୱର, (ବି.ବି.ବୁ୍ୟରୋ): କଂଗ୍ରେସ-ବିଜେଡି ଭିତରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ । ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଆଜି ବିଜେଡି ସରକାର ବିରୋଧରେ ବର୍ଷିଥିଲା । ଏହାର କିଛି ସମୟ ପରେ ବିଜେଡି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ପାଲଟା ଆକ୍ରମଣ କରିଛି । ବିଜେଡି କହିଛି, ପୂର୍ବତନ ସାଂସଦ ପ୍ରଦୀପ ମାଝି ନବରଙ୍ଗପୁର ବନ୍ଦବେଳେ ହିଂସାର ଆଶ୍ରୟ ନେଇଥିଲେ । ଏହି ଘଟଣାରୁ ଗଣମାଧ୍ୟମର ନଜର ହଟାଇବାକୁ କଂଗ୍ରେସ ଏବେ ପ୍ରୟାସ କରୁଛି । ସେଥିପାଇଁ ରାଜ୍ୟ ସରକାର ବିରୋଧରେ କଂଗ୍ରେସ ଅଭିଯୋଗ ଉଠାଉଛି ବୋଲି ବିଜେଡି କହିଛି ।
ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ବିଜେଡି ସରକାରକୁ ପ୍ରଶ୍ନ କରିବା ଆଗରୁ କଂଗ୍ରେସ ପ୍ରଥମେ ନିଜର ଆତ୍ମ ସମୀକ୍ଷା କରିବା ଦରକାର । କଂଗ୍ରେସ ଦଳ ଗାନ୍ଧିଜୀଙ୍କ ନୀତିରେ ବିଶ୍ୱାସ କରୁଥିବା କହୁଛି । ହେଲେ ବନ୍ଦ ପାଳନ ସମୟରେ କିଭଳି ଦଳୀୟ ନେତାଙ୍କ ନିଦେ୍ର୍ଧଶରେ ହାତରେ ପେଟ୍ରୋଲ, ଡିଜେଲ ଧରି ବୁଲୁଛନ୍ତି, ତାହା ଅନୁଶୀଳନ କରିବା ଆବଶ୍ୟକ ।
ସସ୍ମିତ କହିଛନ୍ତି, ବିଜେଡି ସରକାରର ସଫଳତାକୁ କଂଗ୍ରେସ ନେତାମାନେ ହଜମ କରିପାରୁନଥିବା ଅନୁଭୂତ ହେଉଛି । କଂଗ୍ରେସ ନେତାମାନେ ୟୁପିଏ ସରକାର ମନ୍ତ୍ରୀମାନଙ୍କୁ ଏ ବାବଦରେ ପଚାରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ୨୦୧୦-୧୧, ୨୦୧୨-୧୩, ୨୦୧୩-୧୪ର କୃଷି କର୍ମଣ ପୁରସ୍କାରଠାରୁ ଆରମ୍ଭ କରି ବାତ୍ୟା ଫାଇଲିନ୍ର ସଫଳ ମୁକାବିଲା ଲାଗି ଜାତିସଂଘରୁ ଆନ୍ତର୍ଜାତିକ ସ୍ତରର ପ୍ରଶଂସାପତ୍ର ପାଇଛି । ଏଥିସହିତ ରେକର୍ଡ ପରିମାଣର ୨୦ ଲକ୍ଷ ପକ୍କା ଘର ଓ ୪୧ ହଜାର କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରିଛନ୍ତି । ବିଶ୍ୱକପ ହକିର ସଫଳ ଆୟୋଜନ ସହିତ ଜାଗା ମିଶନର ସଫଳ କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କୁ ସ୍କଚ୍ ହାବିଟାଟ୍ ପୁରସ୍କାର ମିଳିଛି । ଓଡ଼ିଶା ଆଗକୁ ବଢ଼ି ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ବିକାଶ କାର୍ଯ୍ୟ ଉପରେ ଓଡ଼ିଶାବାସୀ ବିଶ୍ୱାସ କରନ୍ତି । ଅପରପକ୍ଷରେ ରାଜ୍ୟବାସୀ ନିର୍ବାଚନରେ କଂଗ୍ରେସକୁ ତାହାର ପ୍ରକୃତ ସ୍ଥାନରେ ଥୋଇ ଦେଇଛନ୍ତି । ନିର୍ବାଚନୀ ପରାଜୟରେ ହତାଶ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ବର୍ଷୁଛି ବୋଲି ଅଭିଯାଗ କରିଛନ୍ତି ସସ୍ମିତ ।
Comments are closed, but trackbacks and pingbacks are open.