
ସତମାଇଲ,(ବି.ବି.ନୁ୍ୟଜ): ହିନେ୍ଦାଳ ଉପଖଣ୍ଡ ଅଞ୍ଚଳରେ ବେଲଗାମ୍ ହୋଇଛି ମହାମାରୀ । ଦ୍ୱିତୀୟ ଲହରରେ ଅଦୃଶ୍ୟ ଭୂତାଣୁ ଦିନକୁ ଦିନ ଅଧିକ ଉଗ୍ର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ନୂଆ ନୂଆ ଅଞ୍ଚଳକୁ ମାଡ଼ି ଚାଲିଛି । ମହାମାରୀ କରୋନା କାୟା ମେଲାଇ ଚାଲିଥିବା ବେଳେ ଅମାନିଆ କିନ୍ତୁ ଚେତୁନାହାଁନ୍ତି । ଲକ୍ଡାଉନ୍, ସଟ୍ଡ଼ାଉନ୍ ସତେ ଯେପରି ପ୍ରସହନ ପାଲଟିଛି । କଟକଣାକୁ ଭ୍ରୁପେକ୍ଷ ନକରି ଖୁଲମ୍ ଖୁଲା ବୁଲୁଛନ୍ତି ଅମାନିଆ । ଯାହାର ଫଳ ସ୍ୱରୁପ ଉପଖଣ୍ଡ ଅଞ୍ଚଳରେ ସଂକ୍ରମଣ ବଢ଼ି ଚାଲିଛି । ଅନେକ ସଂକ୍ରମିତଙ୍କ ମୃତୁ୍ୟ ମଧ୍ୟ ହେଲାଣି । ଜିଲ୍ଲାର ହଟସ୍ପଟ୍ ଅଞ୍ଚଳ ପାଲଟିଛି କହିଲେ ଅତୁ୍ୟକ୍ତି ହେବନି । ଗତ ୧୦ ଦିନ ମଧ୍ୟରେ ଉପଖଣ୍ଡ ଅଞ୍ଚଳରୁ ୩୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ବୁଧବାର ସଂକ୍ରମଣ ରିପୋର୍ଟ ଚିନ୍ତା ବଢ଼ାଇଛି । ଦିନକରେ ରେକଡର଼୍ ସଂଖ୍ୟକ ୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଦ୍ୱିତୀୟ ଲହରରେ ମହାମାରୀ କରୋନା ଅଧିକ ବିପଦଜନକ ସାବ୍ୟସ୍ତ ହୋଇଛି । ସଂକ୍ରମଣକୁ ରୋକିବାକୁ ସରକାର ଲକ୍ଡାଉନ୍ ଓ ସଟ୍ଡାଉନ୍ ଘୋଷଣା କରିବା ସହ ଏହାକୁ ଜୁନ୍ ୧ ତାରିଖ ଯାଏ ବୃଦ୍ଧି କରିଛନ୍ତି । ପ୍ରମୁଖ ବଜାର ଗୁଡ଼ିକରେ କିଛି ମାତ୍ରାରେ ଏହା କାର୍ଯ୍ୟକାରୀ ହେଉଥିବା ବେଳେ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଆଦୌ ନାହିଁ କହିଲେ ଚଳେ । କେତେକ ଅମାନିଆ ଏହାକୁ ଆଦୌ ଭ୍ରୁକ୍ଷେପ କରୁନାହାଁନ୍ତି । ଭୋଜିଭାତ କରିବା ସହ ଏକାଠି ବସି ମଉଜ ମଜଲିସ୍ କରୁଛନ୍ତି । କୋଠଘର, ଚଢ଼ପାଢ଼ୀ, ଗଛମୂଳରେ ତାସ୍ ଖେଳ ଜମୁଛି । ଯୁବଗୋÂୀ ଏକାଠି ହୋଇ ଗୁଲିଖଟି କରୁଛନ୍ତି । ସେହିପରି ବିନା କାମରେ ଗାଡ଼ି ଧରି ଚକ୍କର କାଟୁଛନ୍ତି । ପୁଲିସର ଢିଲାପଣ ସେମାନଙ୍କୁ ବେଶ୍ ସୁହାଉଛି । ବିବାହ, ଶୁଦ୍ଧିକ୍ରିୟା ଆଦିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଆୟୋଜନ କରିବାକୁ ଅନୁମତି ଆଣି ଶହଶହ ଲୋକଙ୍କୁ ଧରି ଭେଜିଭାତ କରୁଛନ୍ତି । ସାମାଜିକ ଦୂରତ୍ୱ କଟକଣା ଆଦୌ ନାହିଁ କହିଲେ ଚଳେ । ଚା, ଜଳଖିଆ ଦୋକାନଠୁ ଆରମ୍ଭ କରି ଗୁପ୍ଚୁପ୍ ଓ ଦହିବରା ଯାଏ³ ସବୁକିଛି ଖୁଲମଖୁଲା ବିକ୍ରି ହେଉଛି । ସେହିପରି ପ୍ରବାସୀମାନେ ମଧ୍ୟ ଘରକୁ ଫେରି ସଙ୍ଗରୋଧରେ ରହିବା ପରିବର୍ତ୍ତେ ମନଇଚ୍ଛା ବୁଲୁଛନ୍ତି । ସେମାନଙ୍କୁ ଲଗାମ୍ ଦେବାକୁ କେହି ନାହିଁ । ଯାହାର ଫଳ ସ୍ୱରୁପ ହିନେ୍ଦାଳ ଉପଖଣ୍ଡ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
ଗତ ୧୦ ତାରିଖରେ ହିନେ୍ଦାଳ ଉପଖଣ୍ଡ ଅଞ୍ଚଳରୁ ୩୧ ଜଣ, ୧୧ ତାରିଖରେ ୪୯ ଜଣ, ୧୨ରେ ୩୪ଜଣ, ୧୩ରେ ୨୧ ଜଣ, ୧୪ରେ ୫୮ ଜଣ, ୧୫ରେ ୧୦ ଜଣ, ୧୬ରେ ୬୧ଜଣ, ୧୭ରେ ୭ଜଣ ଓ ୧୮ ତାରିଖ ରିପୋର୍ଟରେ ସର୍ବାଧିକ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାର ସଂକ୍ରମିତଙ୍କ ମଧ୍ୟରେ ବ୍ଲକ୍ ଅଞ୍ଚଳରୁ ୫୮ ଜଣ ଓ ହିନେ୍ଦାଳ ଏନ୍ଏସି ଅଞ୍ଚଳର ୧୩ ଜଣ ପଜିଟିଭ୍ ରହିଛନ୍ତି । ଏହାବାଦ୍ ଅନେକ ସଂକ୍ରମିତ ସ୍ୱାବ୍ ପରୀକ୍ଷା ନକରି ଘରେ ରହି ଔଷଧ ଦୋକାନରୁ ଔଷଧ ଖାଉଛନ୍ତି । ସଙ୍ଗରୋଧରେ ରହିବା ପରିବର୍ତ୍ତେ ସାଇଲେଣ୍ଟ୍ ସ୍ପେ୍ରଡ଼ର ସାଜି ଖୋଲାଖୋଲି ଭାବେ ବୁଲି ଅନ୍ୟକୁ ସଂକ୍ରମିତ କରାଉଛନ୍ତି । ଏହା ମଧ୍ୟରେ ଅନେକ ସଂକ୍ରମିତଙ୍କ ମୃତୁ୍ୟ ମଧ୍ୟ ହେଲାଣି । କିନ୍ତୁ ତାହା ସରକାରୀ ତାଲିକାରେ ଚଢ଼ୁନି । ୧୦୮ ଆମ୍ବୁଲାନ୍ସ ଚାଳକ ଦୁଦୁରୁକୋଟ ଗ୍ରାମର ମୁନା ସାମଲ (୩୦) ସଂକ୍ରମିତ ହୋଇଥିବା ବେଳେ ଦୁଇଦିନ ପୂର୍ବେ ତାଙ୍କର ମୃତୁ୍ୟ ହୋଇଛି । ସେହିପରି ମଙ୍ଗଳବାର ଜରଡ଼ା ଗ୍ରାମର ପ୍ରଦୁ୍ୟମ୍ନ ପାଳ(୩୮), ହିନେ୍ଦାଳ ଟାଉନ୍ର ଯୁବ ବ୍ୟବସାୟୀ ଜିତେନ୍ଦ୍ର ପ;ନାୟକ(୩୦) କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଉଭୟଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । ଏହାବାଦ୍ ଅନେକ ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୋଟିଏ ପଟେ ସଂକ୍ରମିତ ଓ ମୃତୁ୍ୟ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅମାନିଆ କିନ୍ତୁ ଚେତୁ ନାହାଁନ୍ତି । ଉପଖଣ୍ଡ ପ୍ରଶାସନ ଅମାନିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି । ଲକ୍ଡ଼ାଉନ୍ ଓ ସଟ୍ଡାଉନ୍ କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ସହ ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।


Comments are closed, but trackbacks and pingbacks are open.