ହୀରାକୁଦ୍‌ ଡ୍ୟାମ୍‌ର ଦୁଇଟି ଗେଟ୍‌ ଖୋଲିଲା

Get real time updates directly on you device, subscribe now.

ଭୁବନେଶ୍ୱର: ଗତକାଲି ସାଙ୍କେତିକ ଭାବେ ହୀରାକୁଦ ଡ୍ୟାମ୍ ଖୋଲାଯିବା ପରେ ଆଜି ବିଧିବଦ୍ଧ ଭାବେ ୧୬ ଟି ଗେଟ୍ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୧୧ଟାରେ ପ୍ରଥମେ ୨ଟି ଗେଟ୍ ଖୋଲାଯାଇଛି।
ଏହାପରେ ପର‌୍ୟାୟକ୍ରମେ ଅପରାହ୍ନ ୨ଟା ସୁଦ୍ଧା ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।
ସେ କହିଛନ୍ତି ଯେ, ମୁଣ୍ଡଳୀରେ ବର୍ତ୍ତମାନ ଜଳସ୍ତର କମିଛି। ଖଇରମାଲ୍‌ରେ ବର୍ତ୍ତମାନ ୩ ଲକ୍ଷ ୩୫ ହଜାର କ୍ୟୁସେକ୍ ଜଳ ରହିଥିବାବେଳେ ହୀରାକୁଦ ଡ୍ୟାମ୍‌ରୁ ଆଜି ୧୬ଟି ଗେଟ୍ ଦେଇ ୨ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ଛଡ଼ା ଯିବ। ଏହି ପାଣି ପହଞ୍ଚିଥିଲେ ଖଇରମାଳ ଦେଇ ପ୍ରାୟ ୪ ଲକ୍ଷ ୩୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେବ। ଏବଂ ମୁଣ୍ଡଳୀ ଦେଇ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ତେଣୁ ତଳ ମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons