
ରାୟଗଡ଼ା,(ବି.ବି.ନୁ୍ୟଜ): ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏrପ୍ରେସ ଏବଂ ଜଗଦଲପୁର-ହାୱାଡ଼ା ସମଲେଶ୍ୱରୀ ଏrପ୍ରେସ ନିଜର ପୂର୍ବ ରୁଟ ଓ ସମୟ ସାରଣୀରେ ଚଳାଚଳ କରିବା ପାଇଁ ଦାବି କରାଯାଇଛି । ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଦାବି କରାଯାଇ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଲିଖିତ ଭାବେ ଅବଗତ କରାଯିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ନିବେଦନ କରାଯାଇଛି । ତୁରନ୍ତ ଏହି ଦୁଇ ଟ୍ରେନ ଚଳାଚଳ କରା ନଗଲେ ଦଳ ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା ଏବଂ ସମ୍ପାଦକ ପାର୍ଥ ବର୍ଦ୍ଧନ ଚେତାବନୀ ଦେଇଛନ୍ତି । ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ଦୁଇ ଟ୍ରେନ କରୋନା କାଳରେ ବନ୍ଦ କରାଯାଇଥିଲା । ବର୍ତ୍ତର୍ମାନ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ଅନେକ ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି । ହେଲେ ହୀରାଖଣ୍ଡ ଓ ସମଲେଶ୍ୱରୀ ଏrପ୍ରେସ ଟ୍ରେନକୁ ବନ୍ଦକରି ରଖାଯାଇଛି । ଯଦ୍ୱାରା ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ହଜାର ହଜାର ଯାତ୍ରୀ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି । ତେଣୁ କରୋନା କଟକଣା ଭିତରେ ଏହି ଦୁଇ ଟ୍ରେନ ଚଳାଚଳ ତୁରନ୍ତ କରାଯିବା ଜରୁରୀ ବୋଲି ଦଳ ପକ୍ଷରୁ ଦାବି ହୋଇଛି ।
Comments are closed, but trackbacks and pingbacks are open.